Home ଓଡ଼ିଶା କେନ୍ଦ୍ରୀୟ ଜଳ ଶକ୍ତି ଅଭିଯାନ ଟିମ ପକ୍ଷରୁ ଗୋଲାପ ଚାଷ ପରିଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ଦିନ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଜଳ ଶକ୍ତି ଅଭିଯାନ ଟିମ ପ୍ରଥମେ ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା ଖାମ୍ବାଗୁଡ଼ା ଠାରେ ଘଟଗାଁ ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ଏକ ଏକର ପରିମିତ ଜମିରେ ଚାଷ ହୋଇଥିବା ଗୋଲାପ ବଗିଚା ପରିଦର୍ଶନ କରିଛନ୍ତି । ଟିମ୍ ର ସଦସ୍ୟ ମାନେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କୁ ଗୋଲାପ ଚାଷ ଓ ଜଳ ପରିଚାଳନା ସମ୍ପର୍କ ରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ପ୍ରଚେଷ୍ଟା ଏବଂ ଓଡ଼ିଶା ଜୀବିକା ମିଶନ ତରଫରୁ ରେ ଗତ ବର୍ଷ ଅଗଷ୍ଟ ମାସରେ ଏଠାରେ ଏକ ଏକର ପରିମିତ ଜମିରେ ୧୩୦୦୦ ଗୋଲାପ ଚାରା ରୋପଣ କରାଯାଇଥିଲା । ଉଦ୍ୟାନ ବିଭାଗ ସହାୟତାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବୁନ୍ଦା ଜଳସେଚନ ମାଧ୍ୟମ ରେ ଏହି ଗୋଲାପ ଚାଷ କରାଯାଇଛି । ଏଭଳି ଉନ୍ନତମାନର ଜ୍ଞାନ କୌଶଳ ମାଧ୍ୟମ ରେ ଗୋଲାପ ଚାଷ ଦେଖି କେନ୍ଦୀୟ ଟିମ୍ ଖୁସି ବ୍ୟକ୍ତ କରିଥିଲେ।ଏହି ପରିଦର୍ଶନ ସମୟ ରେ କେନ୍ଦ୍ରୀୟ ଟିମ୍ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସନ୍ମମୁଖା ପାତ୍ର ,ଭାରପ୍ରାପ୍ତ ବିପିଏମ୍ ସନ୍ତୋଷ ରତ୍ନଲୁ,ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା,ଅକ୍ଷୟ କୁମାର ପଣ୍ଡା ଓ ସ୍ଥାନୀୟ ସିଆରପି,ଏମବିକେ,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026 ଚେସ କର୍ମକର୍ତ୍ତା ତାରୁନ ଖାଁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା by Proprietor Abhimanyu Maharana September 11, 2026 ନୟାଗଡ଼ରେ ୮ ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ by Proprietor Abhimanyu Maharana September 11, 2026