Home ଓଡ଼ିଶା ରାଜ୍ୟ ସଭାପତି ଚୟନରେ ବିଳମ୍ବ ପଦ୍ମ ଦଳର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲେ ମଧ୍ୟ ରାଜ୍ୟ ସଭାପତି ଚୟନ ହୋଇପାରିନଥିବା ଶୁଣିବାକୁ ମିଳିଛି । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ ବୈଠକରେ ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ଚୟନ ଏବଂ ନିଗମ ବୋର୍ଡ, କମିଶନ ଭଳି ପଦ ପଦବୀ ପାଇଁ ଆଲୋଚନା ହେଇଥିବା ନେଇ ସୂଚନା ମିଳିଛି । ଏପଟେ, ବିଜେପି ରାଜ୍ୟ ସଭାପତି ଚୟନ ନିଷ୍ପତ୍ତିରେ ବିଳମ୍ବ ନେଇ ବିଜୟ ପାଲ ସିଂ ତୋମାର ପ୍ରତିକ୍ରିୟାରେ କହିଛନ୍ତି, ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣ ଶେଷ ନିଷ୍ପତ୍ତି ନେବେ । ମାର୍ଚ୍ଚ ମାସରେ ହିଁ ହେବ ବିଜେପି ରାଜ୍ୟ ସଭାପତି ଚୟନ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ସଂଗଠନଙ୍କୁ ଆଗକୁ ନେବା ପାଇଁ ଏକ୍ସରସାଇଜ ଚାଲିଛି । ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣ ରାଜ୍ୟ ବିଜେପିର କିଏ ହେବେ ସଭାପତି ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ । ପୂର୍ବରୁ ଫେବୃଆରୀ ୨୫ ତାରିଖରେ ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଥିଲେ ୩୧ ମାର୍ଚ୍ଚ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା । ରାଜ୍ୟ ବିଜେପି ସଭାପତି କିଏ ହେବେ, ଏ ପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ଏନେଇ ଶୀଘ୍ର ନିର୍ଣ୍ଣୟ ନେବେ ବିଜେପି ଜାତୀୟ ନେତୃତ୍ବ । ୧୫ ମାର୍ଚ୍ଚ ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ସଞ୍ଜୟ ଜୟଶ୍ୱାଲଙ୍କ ସହ ଆମେ ଆଲୋଚନା କରିବୁ ବୋଲି ପ୍ରଭାରୀ ବିଜୟ ପାଲ ସିଂ କହିଥିଲେ । ହେଲେ ଏଯାଏଁ ସଭାପତି ହେବ କିଏ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏପଟେ,୮ ମାସ ପରେ ବି ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲିପଡିଛି । କୁହାଯାଉଛି, ରାଜ୍ୟ ମଙ୍ଗୁଆଳ ଘୋଷଣା ହେବା ପରେ ଏସବୁର ସମାଧାନ ହେବ । ତେବେ ସେ ଯାହା ହେଉ ପଦ୍ମ ଦଳର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ସିନା ଭାଗ ଛିଣ୍ଡୁନି ବୋଲି ଚର୍ଚ୍ଚା ହେଉଛି l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026