Home ଓଡ଼ିଶା ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରୁ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗଠନ ହେବ ଟାକ୍ସଫୋର୍ସ କମିଟି – ଭକ୍ତଚରଣ ଦାସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିନ୍ତନ ବୈଠକରେ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ ପାଇଁ ରୋର୍ଡମ୍ୟାପ ପ୍ରସ୍ତୁତ । ୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷି ଆମ ଅର୍ଥନିତିର ମୁଖ୍ୟ ଆଧାର । ଶତକଡ଼ା ୬୫ ଭାଗରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ । କୃଷି ଓ କୃଷକର ପ୍ରଗତୀ ନହେଲେ ରାଜ୍ୟରେ ପ୍ରଗତୀ ହେବା ଅସମ୍ଭବ । କିନ୍ତୁ ଗତ ବିଜେଡ଼ି ସରକାରର ୨୪ ବର୍ଷ କୁଶାସନ, କେନ୍ଦ୍ର ବିଜେପି ସରକାରର ୧୧ ବର୍ଷ ଓ ରାଜ୍ୟ ବିଜେପି ସରକାରର ୯ ମାସ ସ୍ଥାଣୁ ଶାସନକାଳରେ ଚାଷୀକୂଳ ଘୋର ଦୁର୍ଦ୍ଦଶାରେ ଗତି କରୁଛନ୍ତି । ଯଦ୍ୱାରା ଗତ ୨୫ ବର୍ଷ ମଧ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଫସଲହାନି ଓ ଋଣଭାରରେ ଆତ୍ମହତ୍ୟା କରିଛନ୍ତି । ୧୦ଲକ୍ଷ ହେକ୍ଟରୁ ଅଧିକ ଚାଷଜମି ପଡ଼ିଆ ପଡ଼ିଛି । ଚାଷରୁ ଚାଷୀ ମୁଁହ ମୋଡ଼ିଲେଣି । ୩୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଟିଏ ନାହିଁ । କୃଷିଭିତିକି ଶିଳ୍ପ ଗୋଟିଏ ନାହିଁ । ଭାଗଚାଷୀଙ୍କ ସମସ୍ୟା କହିଲେ ନସରେ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭ ପାଇବା ପରିବର୍ତେ ଘରୋଇ ବୀମା କମ୍ପାନୀ ଓ ସରକାର ମାଲାମାଲ ହେଉଛନ୍ତି । ଚଳିତ ଥର ଧାନ କ୍ରୟ ବ୍ୟବସ୍ଥା ବହୁଆଡ଼ମ୍ବରେ ଲଘୁକ୍ରିୟା ହୋଇଛି । ମିଲରର ପକେଟରେ ସରକାର । ପ୍ରତ୍ୟେକ ମଣ୍ଡିରେ ୫ କେଜିରୁ ୧୫ କେଜି ପର୍ଯ୍ୟନ୍ତ କଟଣୀ ଛଟଣୀ କରାଯାଉଛି । ୮୦୦ ଟଙ୍କା ଇନପୁଟ ସହାୟତା କେବଳ ପ୍ରଚାର ସର୍ବସ୍ୱ । ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଧାନ କୁଂଟାଲ ପ୍ରତି ୩୧ ଶହ ଟଙ୍କା ପାଇବା ପରିବର୍ତେ ୨୦୦୦ ରୁ ୨୨୦୦ ଟଙ୍କାରେ ଅଭାବୀ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଏହାର ତୁରନ୍ତ ଦୀର୍ଘସ୍ଥାୟୀ ସମାଧାନ କରାନଗଲେ ଚାଷୀ ସମସ୍ୟା ବଢ଼ିବା ପରିବର୍ତେ କମିବ ନାହିଁ । ସରକାର ତୁରନ୍ତ ସମସ୍ତ ଚାଷୀଙ୍କ ଠାରୁ କୃଷିଋଣ ଛାଡ଼, କୃଷିକ୍ଷେତ୍ର ପାଇଁ ମାଗଣା ବିଜୁଳି, ପ୍ରତି ବ୍ଲକସ୍ତରରେ ଶୀତଳଭଣ୍ଡାର, ପ୍ରଚଳିତ କୃଷି ଇନପୁଟ ସହାୟତାର ତିନିଗୁଣା ବୃଦ୍ଧି, ପ୍ରତି ରାଜସ୍ୱଗ୍ରାମକୁ ଏକକ ଫସଲବୀମା ୟୁନିଟ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମାସିକ ତିନି ହଜାର ଟଙ୍କା ଭତା, କୃଷି ଉପକରଣ ଉପରୁ ସେବା ଓ ଦ୍ରବ୍ୟ କର ଛାଡ଼, ପଶ୍ଚିମ ଓଡ଼ିଶାରେ କୃଷି ବିଦ୍ୟାଳୟ ସ୍ଥାପନ, କଟଣୀ ଛଟଣୀ ସଂପୂର୍ଣ୍ଣ ବନ୍ଦ କରିବା ସହିତ ସ୍ୱାମୀନାଥନ କମିଟିଙ୍କ ସୁପାରିଶ ଆଧାରରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଦେଢ଼ଗୁଣା ବୃଦ୍ଧି ଓ ଏମଏସପି ଓ ଆଇନଗତ ଗ୍ୟାରେଂଟି ଦେବାପାଇଁ ଦୃଢ଼ ଦାବି କରାଯାଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଆୟୋଜିତ କିଷାନ ଚିନ୍ତନ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ଚାଷୀମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଯେଉଁଭଳି ଭାବରେ ବୈମାତୃକ ମନୋଭାବ ଏବଂ ଅଣଦେଖା କରିଚାଲିଛନ୍ତି ଏହା ଆମ ରାଜ୍ୟର ପ୍ରଗତୀ ପଥରେ ଶୁଭଙ୍କର ନୁହେଁ । ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଇ ରାଜ୍ୟକୁ ଏକ ପ୍ରଗତୀଶିଳ କୃଷି ରାଜ୍ୟରେ ପରିଣତ କରିବାପାଇଁ ଏକ ସଶକ୍ତ କୃଷି ନୀତି କଂଗ୍ରେସ ପକ୍ଷରୁ ପ୍ରଣୟନ କରାଯିବ ସେଥିପାଇଁ ଖୁବ ନିକଟରେ ଏକ ଟାକ୍ସଫୋସ କମିଟି ଗଠନ ହେବ ବୋଲି କହିବା ସହ କଂଗ୍ରେସ ଦଳର ପ୍ରମୁଖ ସଂଗଠନ କିଷାନ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ଥରରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକ କ୍ରୀୟାଶିଳ କରାଯାଇ ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ଦାସ କହିଥିଲେ । ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଚିନ୍ତନ ବୈଠକରେ ଅଖିଳ ଭାରତ କିଷାନ କଂଗ୍ରେସ ଜାତୀୟ ସଂଯୋଜକ ତଥା ଓଡ଼ିଶା କିଷାନ କଂଗ୍ରେସ ପ୍ରଭାରୀ ଚେରୁକ ଶ୍ରୀନିବାସ ରେଡି କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ଏବଂ ସଂଗଠନ ଜରିଆରେ ମୋଦି ସରକାରର ଚାଷୀଙ୍କ ପ୍ରତି ଉଦାସିନତା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଉପସ୍ଥିତ କର୍ମକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଚିନ୍ତନ ବୈଠକରେ ସାନନ୍ଦ ମିଶ୍ର, ସରୋଜ ରଥ, ଦାସରଥି ସାହୁ, ଗୋବିନ୍ଦ ମିଶ୍ର, ନରେନ୍ଦ୍ର ପଣ୍ଡା, ସ୍ୱପ୍ନେଶ୍ୱର ପୃଷ୍ଟି, ଧୃବଚରଣ ପରିଡ଼ା, ନୂତନ ତ୍ରିପାଠୀ, ବିପ୍ରବର ସାହୁ, ଗୁଣନିଧି ସାହୁ, ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ସାହୁ, ପଦ୍ମଚରଣ ସାହୁ, ଶ୍ୟାମସୁନ୍ଦର ଡୋରା, ସୁରେନ୍ଦ୍ର ନାଥ ସାହୁ, ତୁଷାରକାନ୍ତ ନାୟକ, ସଦାନନ୍ଦ ଓଝା, ନିରଞ୍ଜନ ବେହେରା, ଅରୁଣ କୁମାର ଜେନା, ପ୍ରଶନ୍ନ ଧଳ, ଦେବେନ୍ଦ୍ର କୁମାର ରାଓ, ଗଙ୍ଗାରାମ ଆଚାରୀ ପ୍ରମୁଖ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ । ସମସ୍ତ କିଷାନ କଂଗ୍ରେସ କର୍ମକର୍ତାମାନଙ୍କ ବିସ୍ତୃତ ଆଲୋଚନା ପରେ ଆଗାମୀ ଦିନପାଇଁ ଏକ ରୋର୍ଡମ୍ୟାପ ପ୍ରସ୍ତୁତ କରାଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026