ତାରା ପ୍ରସାଦ ବାହିନୀପତିଙ୍କୁ ଗୃହରୁ ନିଲମ୍ବନ କରିବା ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ – ସି ପି ଆଇ(ଏମ୍)

୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର  :- ଗଣତନ୍ତ୍ର ହତ୍ୟାକାରୀ ବିଜେପି ଓଡ଼ିଶା ବିଧାନସଭା ଇତିହାସରେ ରେ କଳଙ୍କିତ ଅଧ୍ୟାୟ ରଚନା କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତିଙ୍କୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ଅନ୍ୟ ମାନଙ୍କ ଆକ୍ରମଣ କୁ ନିନ୍ଦା କରିବା ପାଇଁ ଭାଷା ନାହିଁ ।

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଆଚରଣ ଆଦୌ ସ୍ପୃହଣୀୟ ଏବଂ ଗ୍ରହଣୀୟ ନୁହେଁ । କଂଗ୍ରେସ ର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିବା ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ । ତୁରନ୍ତ ଏହି ଆଦେଶ ପ୍ରତ୍ୟାହାର ପାଇଁ ସି ପି ଆଇ (ଏମ) ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି ।

Exit mobile version