୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ବାବା ବାଲୁଙ୍କେଶ୍ୱର ମହାଦେ ପୀଠରେ ଏବଂ କୁଦସାହି ଠାରେ ମଙ୍ଗଳବାର ଦିନ ଫାଲଗୁନ ଦ୍ୱାଦଶୀ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ଗୋଟାଏ ସମୟରେ ଆଖପାଖ ଅଞ୍ଚଳର ୨୫ ଗୋଟି ଦୋଳ ବିମାନ ଅନନ୍ତା ବଳିଆ କଲେଜ ନିକଟସ୍ଥ ମା’ ଦୁଲାଦେଈ ପୀଠ ଠାରେ ଏକତ୍ରିତ ହୋଇଥିଲେ ।

