Home ଓଡ଼ିଶା ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସୂଚନା ଅଧିକାର ଆଇନ ୨୦୦୫ ଅନ୍ତର୍ଗତ ଏକ ସଚେତନତା କର୍ମଶାଳା ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ସୂଚନା ଅଧିକାର ଆଇନ ୨୦୦୫ ଭାରତ ରେ ଲାଗୁହେବା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଘଟିଛି । ବିଭିନ୍ନ ବିଭାଗରେ ସ୍ବଛତା ମଧ୍ୟ ବୃଦ୍ଧି ପାଇଛି।ଅଧିକାରୀ ଓ କର୍ମଚାରୀ ମାନେ ସାଧାରଣ ଙ୍କୁ ସୂଚନା ଓ ସେବା ପ୍ରଦାନରେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରୁଛନ୍ତି।ସୂଚନା ଅଧିକାର କର୍ମୀ ମାନେ ମଧ୍ୟ ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।ତେବେ ବିଭିନ୍ନ ବିଭାଗ କୁ ଅଧିକ କ୍ରିୟାଶୀଳ ଓ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା । ଅନେକ ସୂଚନା ଅଧିକାରୀ ଜାଣି ପାରୁ ନ ଥିବାରୁ ବା କୌଣସି କାରଣରୁ ସୂଚନା ଟି ପ୍ରଦାନ ରେ ବ୍ୟର୍ଥ ହେଉଥିବାରୁ ଦରଖାସ୍ତ ଗୁଡିକ ଫାଷ୍ଟ ଆପିଲେଟ ଅଥରିଟି ଏବଂ ପରେ ସୂଚନା କମିଶନ ଙ୍କ ନିକଟରେ ଅପିଲ ହେଉଛି । ଏହି ଅବହେଳା ପାଇଁ ସଂପୃକ୍ତ ସୂଚନା ଅଧିକାରୀ ଦଣ୍ଡିତ ହେବାର ଅନେକ ଉଦାହରଣ ମଧ୍ୟ ରହିଛି।ତେଣୁ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଶିକ୍ଷଣ ନେଇ ସୂଚନା ଅଧିକାର ତଥ୍ଯକୁ ଅପଡେଟ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ବିଷୟ ବିଶାରଦ ଭାବେ ଯୋଗ ଦେଇ ଲୁମିନସ ଇନଫୋସିସ ର ମାଷ୍ଟର ଟ୍ରେନର ସୁନିଲ କୁମାର ସେଠୀ ବିଭିନ୍ନ ବିଭାଗ ସେମାନ ଙ୍କୁ ମଗାଯାଉଥିବା ତଥ୍ୟ ସଠିକ ସମୟରେ ପ୍ରଦାନ ସହ ନିଜ ବିଭାଗର ତଥ୍ୟ ଗୁଡିକୁ ସାର୍ବଜନୀନ କରିବା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ । ଏହି ତଥ୍ୟ ଗୁଡିକ ସାଧାରଣ ଲୋକ ମାନଙ୍କୁ ବୋଧଗମ୍ୟ ହେବା ପାଇଁ ଓଡ଼ିଆ ଭାଷାରେ ସାର୍ବଜନୀନ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଏହା ନିୟମ ଓ ମାନ୍ୟବର କୋର୍ଟ ଙ୍କ ଆଦେଶ ମଧ୍ୟ ବୋଲି ସେ କହିଥିଲେ।ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ସେମାନଙ୍କ ମନରେ ଥିବା ସୂଚନା ଅଧିକାର ଦ୍ବନ୍ଦ କୁ ଶ୍ରୀ ସେଠୀ ଦୂର କରିଥିଲେ । କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିବା ସହ ଏହି ପ୍ରଶିକ୍ଷଣ ର ଉପଯୋଗ କରି ଯଥାଶୀଘ୍ର ସମସ୍ତ ବିଭାଗ ସେମାନଙ୍କ ନିଜସ୍ୱ ତଥ୍ୟ କୁ ଅପଡେଟ କରିବା ସହ ଓଡ଼ିଆ ତଥ୍ୟ କୁ ସାର୍ବଜନୀନ କରିବାକୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା ଅରୁଣ କୁମାର ଦାସ,ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ by Proprietor Abhimanyu Maharana August 6, 2026 ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ : ବିଜେଡି କର୍ମୀ ବିଜେପିରେ ସାମିଲ by Proprietor Abhimanyu Maharana August 6, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ by Proprietor Abhimanyu Maharana August 6, 2026 ମାନବିକତା ଦେଖାଇଲେ ମାନ୍ୟବର ବିଚାରପତି ଗୁରୁ ଦୟାଲ ହଂସ ଙ୍କ ରିପୋର୍ଟ by Proprietor Abhimanyu Maharana August 6, 2026 ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା by Proprietor Abhimanyu Maharana August 6, 2026 Odisha’s Women Set Their Sights on Mount Yunam by Proprietor Abhimanyu Maharana August 6, 2026