ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ଆଗାମୀ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ସିଏଜି ରିପୋର୍ଟ ରାଜ୍ୟରେ ଆର୍ଥିକ ସ୍ଥିତିର ଲେଖା ପରୀକ୍ଷା ଓ ବିବରଣୀ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଙ୍କୁ ଆଜି ମହାଲେଖାକାର ଦ୍ବୟ ପ୍ରଦାନ କରିଛନ୍ତି । ଶ୍ରୀ ବିଭୁଦତ୍ତ ବସନ୍ତିଆ ମହା ଲେଖାକାର ଅଡ଼ିଟ-୨ ଓ ମହାଲେଖାକାର ( ଲେଖା ଓ ହକଦାରୀ ) ୨୦୧୭-୧୮ ଆର୍ଥିକ ବର୍ଷ ରେ ଆର୍ଥିକ କ୍ଷେତ୍ର ଓ
ସରକାରୀ ଉଦେଶ୍ୟ କ୍ଷେତ୍ରର ସିଏଜି ରିପୋର୍ଟ ସହ ୨୦୧୮ -୧୯ ବର୍ଷରେ ରାଜ୍ୟର ଆର୍ଥିକ ସ୍ଥିତିର ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ବେଳେ ମହାଲେଖାକାର ସୁଶ୍ରୀ ସ୍ମୀତି ୨୦୧୭-୧୮ ବର୍ଷ ର ସାଧାରଣ ଓ ସାମାଜିକ କ୍ଷେତ୍ରର ଲେଖା ପରୀକ୍ଷା ସିଏଜି ରିପୋର୍ଟ ସହ ରାଜ୍ୟରେ ଆର୍ଥିକ ସ୍ଥିତି ଲେଖା ପରୀକ୍ଷା ରିପୋର୍ଟ ସହ ରାଜ୍ୟରେ ଆର୍ଥିକ ସ୍ଥିତି ଲେଖା ପରୀକ୍ଷା ରିପୋର୍ଟ ଆଗାମୀ ବିଧାନ ସଭାରେ ଉପସ୍ଥାପିତ ପ୍ରଦାନ କରିଥିଲେ ।
