Home ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା : ହଜରେ ବହୁତ ସୁନ୍ଦର ଭାବରେ ତୁଳସୀ ପୂଜନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା ଜିଲ୍ଲା :- ଫଗୁଦଶମି ରବିବାର ଦିନ ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ବେଗୁନିଆ ବ୍ଲକ ଅନ୍ତର୍ଗତ ହଜରେ ବହୁତ ସୁନ୍ଦର ଭାବରେ ତୁଳସୀ ପୂଜନ ଏବଂ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଥିଲା!ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅଭିରାମ ଭାଇ,ସଂଚାଳକ,ଯୋଗ ବେଦାନ୍ତ ସମିତି ଭୁବନେଶ୍ୱରରୁ ବହୁତ ସୁନ୍ଦର ଭାବରେ ତୁଳସୀ ପୂଜନ ଓ ମାତୃ ପିତୃ ପୂଜନ ଉପରେ ଏହାର ଉପାଦେୟତା ଉପରେ ପିଲାମାନଙ୍କୁ ଛୋଟ ଛୋଟ ଗପ ମାଧ୍ୟମରେ ବୁଝେଇଥିଲେ!ସନ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ସାମନ୍ତରାୟ ଓ ସୁକାନ୍ତ ଶତପଥି, ଆସୋସିଏଟ ପ୍ରଫେସର ଫାର୍ମା କଲେଜ ରାୟଗଡା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ବାରିକ ସଭ୍ୟ, ଯୋଗ ବେଦାନ୍ତ ସମିତି ପିଲାମାନଙ୍କୁ ଏ ପୂଜନର ଉପକାରିତା ସହିତ ଛାତ୍ର ଛାତ୍ରୀମାନଙ୍କର ପିତାମାତାଙ୍କ ପାଇଁ ଯେଉଁ କର୍ତ୍ତବ୍ୟବୋଧ ରହିଛି ସେ ଉପରେ ଆଲୋକପାତ କରିଥିଲେ!ଏହି ସଭାରେ ସଭାପତିତ୍ବ କରିଥିଲେ ଏ ଅଞ୍ଚଳର ଅତି ପ୍ରିୟ ପୂର୍ଵତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁସୁମାଞ୍ଜଳୀ ସିଂହଦେଓ,ନିଜ ବକ୍ତବ୍ୟ ରେ ନିଜର ଅନୁଭୂତି ରଖିଥିଲେ ଗୁରୁଜୀ ଗୁରୁମାଙ୍କ ସହିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ସହିତ ଏକ ସୁନ୍ଦର ସମ୍ପର୍କ ସ୍ଥାପନ କିପରି ଗଢି ହେବ,ପିଲାମାନଙ୍କୁ ସେମାନଙ୍କ ବେସଭୂଷା, ଖାଦ୍ୟ ପାନୀୟ ଉପରେ ସଚେତନ କରାଇଥିଲେ! ଶ୍ରୀଯୁକ୍ତ ଦୀପକ କୁମାର ଦାଶ ସଂପାଦକ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସ୍ୱାଗତ ଭାଷଣ ଦେଇଥିଲେ ବାର୍ଷିକ ବିବରଣୀ ପାଠ କରିଥିଲେ ଶ୍ରୀମତୀ ସୁଲୋଚନା ଭଞ୍ଜ!ବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀଯୁକ୍ତ ବିଭୁତି ଭୂଷଣ ଦାଶ ସମସ୍ତେ ଏକ ମନ ହୃଦୟରେ କାର୍ଯ୍ୟ କରିବାକୁ ସମସ୍ତ ଶିକ୍ଷକ ଓ ପରିଚାଳନା ମଣ୍ଡଳୀକୁ ପରାମର୍ଶ ଦେଇଥିଲେ!ବିଦ୍ୟାଳୟ ପରିଚାଳନା ମଣ୍ଡଳୀରୁ ଶ୍ରୀଯୁକ୍ତ ପ୍ରଣୟ କୁମାର ଜୟସିଂହ ଓ ରମାକାନ୍ତ ଦାଶ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କହିଥିଲେ!ପୂଜନ ଉତ୍ସବ ପରେ ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମାନସ ଦାସଙ୍କ ଦ୍ୱାରା କରାଯାଇଥିଲା!ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମହାପାତ୍ର , କୃଷ୍ଣଚନ୍ଦ୍ର ବଳିୟାରସିଂ, ସାବିତ୍ରୀ ବରାଳ , ରୀନାରାଣୀ ସାହୁ, ରଶ୍ମିତା ଜେନା ଓ ବବିତା ପଲ୍ଲାଇଙ୍କ ସହଯୋଗରେ ଏ ସୁନ୍ଦର କାର୍ଯ୍ୟକ୍ରମ ପରିଚାଳନା କରାଯଇଥିଲା!ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ତନ୍ମୟ ଚମ୍ପତ୍ତିରାୟ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026 Utkal Hospital Inaugurates State-of-the-Art Sleep Lab by Proprietor Abhimanyu Maharana October 10, 2026 ରଣପୁର ରେ ନିର୍ବାଚନ କମିଶନ ଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ by Proprietor Abhimanyu Maharana October 10, 2026 ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ। by Proprietor Abhimanyu Maharana October 10, 2026 ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 10, 2026