Home ଓଡ଼ିଶା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଛୁବାହାଲି, “ଆମ ସଂସ୍କୃତି ଆମ ଖେଳଣା” ଓ ପ୍ରଥମ ବାର୍ଷିକ ଉତ୍ସବ- ୨୦୨୫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବେଲପଡା :- ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ଗ୍ରାମ ପଞ୍ଚାୟତ ସ୍ଥିତ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର “ଆମ ସଂସ୍କୃତି ଆମ ଖେଳଣା”ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ସୋମବାର ପୂର୍ବାହ୍ନ ୧୧ଘଣ୍ଟା ସମୟ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗ୍ରାମ ର ଗୌନ୍ତିଆ ମନମୋହନ ମାଝୀ (ମୃଦୁଙ୍ଗିଆ) ଯୋଗଦେଇ ଛାତ୍ର ଛାତ୍ରୀ ଭଲ ଭାବେ ଅଧୟନ କଲେ ଶୀର୍ଷ ସ୍ଥାନ ରେ ପହଞ୍ଚି ପରିବା ସହ ରାଜ୍ୟ ଦେଶ ର ସୁନାମ ଅର୍ଜନ କରିପାରିବେ ବୋଲି କହଥିଲେ ୲ ମୁଖ୍ୟ ବକ୍ତା ଭାବେ ଗ୍ରାମର ପୋଷ୍ଟ ମାଷ୍ଟର ହଲଧର ସେଠ, ସମ୍ମାନିତ ଅତିଥି ସଲଣ୍ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଥବିର ଛତ୍ରିଆ ଯୋଗ ଦେଇ ଛାତ୍ର ଛତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ୲ ପ୍ରଥମେ ବାଗଦେବୀ ସରସ୍ବତୀ ଓ ବିଦ୍ୟାଦାତା ଗଣେଶ ଙ୍କ ଫଟୋଚିତ୍ର ରେ ମାଲ୍ୟା ଅର୍ପଣ କରିବା ସହ ଦୀପ ପ୍ରଜ୍ଜଳନ କରି ପୂଜାର୍ଚନା କରାଯାଇଥିଲା | ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା |ଏହି ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ବିବରଣ ପାଠ କରିଥିଲେ | ସି.ଆର ସି. ସି ଭୋଲେଶ୍ୱର ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ | ଏହି ଅବସର ରେ ଛାତ୍ର ଛତ୍ରୀ ଙ୍କ ପକ୍ଷରୁ ସାଂସ୍କୃତି କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରାଯାଇଥିଲା | ବିଦ୍ୟାଳୟର ଛାତ୍ର ଛତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଓ ୧୧୫ ଜଣ ବରିଷ୍ଠ ଓ କନିଷ୍ଠ ବିଭାଗ ରେ କୃତି ପ୍ରତଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା | ଚଳିତ ବର୍ଷ ବାଳକ ବିଭାଗ ରେ କ୍ଷମା ବାଗ ଓ ବାଳିକା ବିଭାଗ ରେ ଯଶୋବନ୍ତି ମାଝୀ ଚମ୍ପିୟାନ ହୋଇଥିଲେ | ସମାଜ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗ୍ରାମ ର ବିଶିଷ୍ଠ ବ୍ୟକ୍ତି ସାମ୍ବାଦିକ ତ୍ରିନାଥ ବାଗ ଓ ଗ୍ରାମର ୱାର୍ଡ ମେମ୍ବର ତୁଲାରାମ ମାଝୀ, ସୁଧୀର ବାଗ, ବେଦବ୍ୟାସ ପୁଟେଲ, ରୁକବଲ ପୁଟେଲ, ଏବଂ ଗ୍ରାମ ର ଭଦ୍ରବ୍ୟକ୍ତି ନରହରି ମାଝୀ, ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଉକ୍ତ ଉତ୍ସବ ଆୟୋଜନ ଓ ପରିଚାଳନା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଘନଶ୍ୟାମ ବେହେରା, ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ, ପାହାନ୍ତ କୁମ୍ଭାର, ଏବଂ ସହକାରୀ ଶିକ୍ଷୟତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିଷାନ ଙ୍କ ସମେତ ପାଚିକା ଏବଂ ପରିଚାଳନା କମିଟି ର ସଭ୍ୟ /ସଭ୍ୟା ଓ ଅଭିଭାବକ ଅଭିଭାବିକା ଏବଂ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ | ପରି ଶେଷରେ ସହକାରୀ ଶିକ୍ଷକ ପାହାନ୍ତ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ | Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026