ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ୧ ନଂ ୱାର୍ଡ ସ୍ଥିତ ରାମନଗର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଥାନକୁ କୋଭିଡ୍ ଶ୍ମସାନ ଭାବେ ଚିହ୍ନଟ କରାଯାଇଥିବା ବେଳେ ତାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି । ଏଠାରେ ଘସି ଓ କାଠର ଅଭାବ ଯୋଗୁଁ ବିଦ୍ୟୁତ ଚୁଲା ଦ୍ୱାରା ଶବ ଦାହ ପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିଲା ମାତ୍ର କାର୍ଯ୍ୟ ଆରମ୍ଭ ହେବା ପର୍ବରୁ ସ୍ଥାନୀୟ ବାସିନ୍ଦାମାନେ ପ୍ରତିବାଦ କରିଛନ୍ତି ।
ପ୍ରଶାସନିକ ଅଧିକାରୀ ଓ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀ ଲୋକଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଅସନ୍ତୋଷ ବୃଦ୍ଧି ପାଉଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ପରେ ହିଁ ଶ୍ମଶାନ ନିର୍ମାଣ ନେଇ ସ୍ପଷ୍ଟ ହେବ । ପୁର୍ବ ଚିହ୍ନଟ ସ୍ଥାନରେ ଶ୍ମସାନ ହେବ କିମ୍ବା ଏହା ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ହେବ ତାହା ଜଣାପଡ଼ିବ । ( ରିପୋର୍ଟ-ଗରୁଡ ଧ୍ଵଜ ଚୌଧୁରୀ )
