ନାଟ୍ୟକାର ବସନ୍ତ କୁମାର ସାହୁ ସମ୍ବର୍ଦ୍ଧିତ

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ନାଟ୍ୟକାର ତଥା ମହାପର୍ବତ ସାହିତ୍ୟ ସଂସଦର ସଂପାଦକ ବସନ୍ତ କୁମାର ସାହୁ ଢ଼ଁସର ଉଚ୍ଚପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ନାଟ୍ୟକାର ସାହୁ ବିଭିନ୍ନ ବିଦ୍ୟାଳୟରେ ନିଜ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରିବା ସହିତ ବିଭିନ୍ନ ପ୍ରତିଯୋଗିତା କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିବର୍ଷ ପୁରସ୍କୃତ କରୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ସଭାପତି ଯୋଗେଶ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version