ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠରେ ପରିବେଶ ସଚେତନତା

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର-ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠରେ ଆଜି ପରିବେଶ ସଚେତନତା କାର୍ଯ୍ୟକ୍ରମ ସହ ବୃକ୍ଷ, ପଶୁପକ୍ଷୀ ଓ ମାଟିର ତତ୍ତ୍ୱ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପ୍ରକୃତିବନ୍ଧୁ ସଂଗଠନର ଆବାହକ ପ୍ରସନ୍ନ କୁମାର ସାହୁ ଯୋଗଦାନ କରି ବିଭିନ୍ନ ଉଦାହରଣ ମାଧ୍ୟମରେ ମାଟି ମା’ର ସୁରକ୍ଷା ଓ ପଶୁପକ୍ଷୀର ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ଜୟନ୍ତୀ ବାଳା ଜେନା, କୃପାସିନ୍ଧୁ ପ୍ରଧାନ, ସନ୍ତୋଷ ସାମଲ, ଦାସରଥି ବେଉରା, ପ୍ରେମାନନ୍ଦ ସାହୁ, ଲିପ୍ସା ପଣ୍ଡା, ଗୋବିନ୍ଦ ସ୍ୱାଇଁ ,ଭରତପଲେଇ , ନଟବର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ବାଙ୍କୀ ପରିବେଶ ସୁରକ୍ଷା ସମିତି ଓ ପ୍ରକୃତିବନ୍ଧୁ ସଂଗଠନ ମିଳିତ ଆନୁକୁଲ୍ୟରେ ଏହି ଆଲୋଚନାଚକ୍ର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହେଉଅଛି ।

Exit mobile version