ପଟିଆଠାରେ ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ନୂତନ ମେଗା ସୋରୁମ୍

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀ ଏହାର ୫ମ ମେଗା ସୋରୁମ୍ ଭୁବନେଶ୍ୱରର ପଟିଆଠାରେ ଶୁଭାରମ୍ଭ କରିଅଛି। ୬୦୦୦ ବର୍ଗଫୁଟ ପର୍ଯ୍ୟବେସିତ ଏହି ସୋରୁମ୍‌କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ କର୍ପୋରେଟର ମିହିର କୁମାର ରାଉତ, ପ୍ରିତିନନ୍ଦା ରାଉତରାୟ, ମୋନାଲିସା ବେହେରା ଏବଂ ଅମରେଶ ଜେନା ମଧ୍ଯ ଉପସ୍ଥିତ ଥିଲେ।

ଏହି ସୋରୁମ୍‌ର ମ୍ୟାନେଜିଂ ଡାଇରେକ୍ଟର ସୁରେଶ କୁମାର ଚୌଧୁରୀ ତାଙ୍କର ଆଗାମୀ ସଂପ୍ରସାରଣ ବିଷୟରେ କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ, ଜେ ଆଣ୍ଡ୍ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ଷ୍ଟୋର ଗୁଡିକ ଉତ୍ତମ ଗ୍ରାହକ ସେବା, ଉଚିତ୍ ମୂଲ୍ୟ ଏବଂ ଉତ୍କୃଷ୍ଟ ଡିଜାଇନ୍ ଉପରେ ଗୁରୁତ୍ବ ଦେଇଥାଏ।

ପୂର୍ବରୁ ଜାଗମରା, ମାଷ୍ଟର କ୍ୟାଣ୍ଟିନ୍, ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଏହାର ସୋରୁମ୍ ରହିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ଏହାର ଡାଇରେକ୍ଟର ମଧୁଶ୍ରୀ ଚୌଧୁରୀ, ବ୍ୟବସାୟ ମୁଖ୍ୟ ପ୍ରମୋଦ ରଥଙ୍କ ସହ ଅନେକ ଗ୍ରାହକ ଏବଂ ଅତିଥିମାନେ ଉପସ୍ଥିତ ଥିଲେ।

Exit mobile version