Home ଓଡ଼ିଶା ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ ..? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଏକମାତ୍ର ନଳକୂପ ଟି ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି । ମରାମତି କରିବା ନିମନ୍ତେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଏଯାଏଁ ମରାମତି ହୋଇନଥିବା ବିଷୟ ଅଙ୍ଗନବାଡି କର୍ମଚାରୀ ପ୍ରକାଶ କରିଛନ୍ତି । କୁନି କୁନି ପିଲାମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିସହ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବା ପିଲାଙ୍କ ପିଇବା ପାଣି ବାହାରୁ ବୋହି ଆଣି ଦେବାକୁ ପଡ଼ୁଛି । ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ମୋଟ ୩୮ ଜଣ ଛାତ୍ର ଛାତ୍ରୀ ରହୁଥିବା ବେଳେ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନଳକୂପ ସଜାଡ଼ିବା ସହ ପାନୀୟ ଜଳ ସୁବିଧା କରିବା ପାଇଁ ଅଙ୍ଗନୱାଡି ପାଚିକାଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026