Home ଓଡ଼ିଶା ନୟାଗଡ଼ରେ ଚଳିତ ବର୍ଷ ୨୦୨୫ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତବର୍ଷ ୨୦୨୫ର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭୧ଟିରୁ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୩୦,୦୦୦/- ଟଙ୍କା ପ୍ରଦାନ କରିବାପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୬୬ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା । ଏନ୍.ଆଇ. ଆକ୍ଟ କେସ୍ ୬୧ଟିରୁ ୮ଟି ଫଇସଲା କରାଯାଇ ୧,୮୦,୦୦୦/-ଟଙ୍କା ଆଦାୟ କରାଯାଇଥିଲା ଏବଂ ବିବାହ ଜନିତ ୪୪ଟିରୁ ୮ଟି ମାମଲା ଫଇସଲା କରାଯାଇଥିଲା । ଅନ୍ୟାନ୍ୟ ଫୌଜଦାରୀ ୩୫୬ଟିରୁ ୧୭୮ଟି ଏହା ବାବଦକୁ ମୋଟ ୩୦,୦୦୦ ଟଙ୍କା ଫାଇନ୍ ଆଦାୟ କରାଯାଇ ମାମଲାର ଫଇସଲା କରାଯାଇଥିଲା । ବ୍ୟାଙ୍କଋଣ ନେଇ ଋଣପରିଶୋଧ କରିନଥିବା୨୫୧୭ଜଣଙ୍କ ମଧ୍ୟରୁ ୮୬ଜଣ ଋଣଗ୍ରହୀତାଙ୍କ ଠାରୁ ୩୦,୨୦,୫୮୦/- ଟଙ୍କା ଦେବାପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା । ସେହିପରି ୨୮୮୬ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ୧୮,୭୬,୫୩୩ ଟଙ୍କା ଆଦାୟ କରାଯାଇଥିଲା । ଜିଲ୍ଲା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତରେ ୪ଟି ମାମଲାର ଆପୋଷ ସମାଧାନ ହୋଇଥିଲା । ଏହି ଲୋକଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଶ୍ରୀଯୁକ୍ତ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରି୍କ୍ତ ଜିଲ୍ଲା ଦୌରାଜଜ୍ ରୀଜା ରାୟ, ସିଜେଏମ୍ ଶୃତିସ୍ନିଗ୍ଧା ଦାସ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ସତ୍ୟବ୍ରତ ରଣା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି (ଏଲ୍ଆର୍ ଆଣ୍ଡ ଏଲ୍ଟିଭି) ରବିନାରାୟଣ ବେହେରା, ସଚିବ ଅଞ୍ଜଳି ମଛଖଣ୍ଡ, ଏସ୍ଡିଜେଏମ୍ ସୋମାପିକା ସମଦର୍ଶିନୀ, ଜେଏମ୍ଏଫ୍ଏସି ଲଳିତା ପାତ୍ର, ଜେଏମ୍ଏଫ୍ଏସି ସମୃଦ୍ଧିସାଗରିକା ବାରିକ ପ୍ରମୁଖ ଉପସ୍ଥିତ ରହି ନିଜନିଜର ଅଦାଲତ ପରିବାଳନା କରିଥିଲେ । ରେଜିଷ୍ଟ୍ରର ସୋନାଲି ସାଗରୀକା, ମହିଳା କୋର୍ଟ ବିଚାରପତି ସ୍ୱୟଂପ୍ରଭା ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ (ପିସିଆଇ) ଶୁଚିସ୍ମିତା ପ୍ରିୟଦର୍ଶିନୀ ଉପସ୍ଥିତ ରହିଥିଲେ । ଏହି ଲୋକଅଦାଲତକୁ ସଫଳ କରିବାପାଇଁ ସମସ୍ତ ନ୍ୟାୟ ଅଧିକାରୀ ମିତ୍ର, ଅଧିବକ୍ତା ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର ମହାରଣା ଏବଂ ଜିଲ୍ଲା ଆଇନସେବା ପାଧିକରଣର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026