ଇଟାମାଟି ରେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପଞ୍ଚରାତ୍ର

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼  :- ନୟାଗଡ଼ ବ୍ଲକ ଇଟାମାଟି ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରରେ ତା: ୫/୦୩/୨୦୨୫ ରିଖ ଠାରୁ ତା: ୧୦/୦୩/୨୦୨୫ ରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ଜିଉ ମନ୍ଦିର ଇଟାମାଟି ଠାରେ ପଞ୍ଚରାତ୍ର ମହୋତ୍ସବ ଅନୁଷ୍ଠିତ ହେଉଛି । ତା :୫/ ୦୩/୨୦୨୫ ରିଖ ବୁଧବାର ଦିନ ଗ୍ରାମରେ ୧୦୮ କଳସ ଗ୍ରାମ ପରିକ୍ରମା କରିଥିଲେ ।୦୬ /୦୩/୨୦୨୫ ଠାରୁ ୧୦/୦୩/୨୦୨୫ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁରହିବ ।

ଏହି କାର୍ଯ୍ୟକ୍ରମ ରେ ବକ୍ତାମାନେ ଯୋଗ ଦେଇଛନ୍ତି ଡଃ ମୋହନ ଚନ୍ଦ୍ର ପ୍ରଧାନ , ଡଃ ସିତୁ ପ୍ରକାଶ ରଥ ,ଡଃ ଗଣେଶ୍ୱର ସ୍ୱାଇଁ , ଡଃ ଗୁରୁ ପ୍ରସାଦ ମହାପାତ୍ର । ପ୍ରତ୍ୟେକ ଦିନ ସନ୍ଧ୍ୟା ୫ ଘଟିକା ଗ୍ରାମ ର କଳାକାରଙ୍କ ଦ୍ଵାରା ରେ ଭଜନ ପରିବେଷଣ ହୁଏ । ସନ୍ଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁରହେ । ପ୍ରତ୍ୟେକ ଦିନ ରାତ୍ର ୧୦. ୦୦ ସମୟ ରେ ଭକ୍ତ ମାନଙ୍କୁ ନେଇ ପ୍ରସାଦ ସେବନ କରାଯାଏ ।

ଆସନ୍ତା ତା ୧୦/୦୩/୨୦୨୫ ରିଖ ଅପରାହ୍ନ ତିନିଟା ପୂର୍ଣ୍ଣାହୁତି ହେବାର ସୂଚନା ଦେଇଛନ୍ତି ମନ୍ଦିର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ। ଟ୍ରଷ୍ଟି ଜଗନ୍ନାଥ ପାତ୍ର, କାଳୁ ଚରଣ ଲେଙ୍କା , କୃପାସିନ୍ଧୁ ପ୍ରଧାନ , ଦିଲ୍ଲୀପ ପଟ୍ଟନାୟକ, ଭରତ ପ୍ରଧାନ, ବୈଷ୍ଣବ ଚରଣ ଦାସ, ନରସିଂହ ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ପ୍ରଫୁଲ୍ଲ କୁମାର ଜେନା, କିଶୋର ନାୟକ ,ଅରୁଣ ପଟ୍ଟନାୟକ, ବେଣୁଧର ନାୟକ, ଆଶିଷ କୁମାର ଅଗ୍ରୱାଲ ,ପ୍ରଦୀପ ସେଠୀ , ଉମେଶ ଚନ୍ଦ୍ର ସାହୁ, ସମାଜ ସେବୀ ଭାଗିରଥି ବାଇ ପ୍ରମୁଖ ସହଯୋଗ କରୁଛନ୍ତି ।

 

Exit mobile version