ମା’ ଝାଡ଼ଖଣ୍ଡୀ ଇଷ୍ଟକନ ପକ୍ଷରୁ ୧୫ ତମ ବାର୍ଷିକ ଉତ୍ସବ

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ବାଲିଅନ୍ତା ବ୍ଲକ ଅଟଳା ଗ୍ରାମରେ ଥିବା ମା’ ଝାଡ଼ଖଣ୍ଡୀ ଇଷ୍ଟକନ ପକ୍ଷରୁ ୧୫ ତମ ବାର୍ଷିକ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ମା, ଝାଡ଼ଖଣ୍ଡୀ ଇଷ୍ଟକନର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଜେନାଙ୍କ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ବାଲିଅନ୍ତା ସରପଞ୍ଚ କୃଷ୍ଣ କେଶବ ଆପଟ୍ଟ , ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାସ, ପାହାଳ ଥାନା ଏ ଏସ ଆଇ ନିଳାମ୍ବର ସାହୁ ,

ସମାଜସେବୀ ସରୋଜିନୀ ମହାନ୍ତି, ଆଡ଼ଭୋକେଟ ଶୈଳେନ୍ଦ୍ର ପଟ୍ଟନାୟକ , ଦୁଶାସନ ପ୍ରଧାନ , ମା, ଝାଡ଼ଖଣ୍ଡୀ ଇଷ୍ଟକନର ଡାଇରେକ୍ଟର ଅମିୟ ରଞ୍ଜନ ଜେନା ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ମା ଝାଡ଼ଖଣ୍ଡୀ ଇଷ୍ଟକନ ଜନ ସାଧାରଣଙ୍କୁ ଉଚିତ ମୂଲ୍ୟରେ ଦୀର୍ଘ ୧୫ ବର୍ଷଧରି ନିରବଛିନ ଭବେ ଘର କରିବା ପାଇଁ ଜାଗା ଯୋଗାଇ ଦେଇ ଆସୁଛି ।

ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଜେନା ଜନସାଧାରଣ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ତାଙ୍କର ସଂଗ୍ରାମ ଯାରି ରଖିଛନ୍ତି । ଏହି ସଂସ୍ଥାର ସୁନାମ ଥିବାରୁ ଉକ୍ତ ସଂସ୍ଥା ଜରିଆରେ ଜନ ସାଧାରଣ ଜମି ଖଣ୍ଡେ କିଣି ନିର୍ଦ୍ୱନ୍ଦରେ ଘର ଖଣ୍ଡେ କରି ରହି ପାରୁଛନ୍ତି । ଯେଉଁ ସଂସ୍ଥା ଠିକ୍ କାର୍ଯ୍ୟ କରେ ସେ ଦିନକୁ ଦିନ ଆଗକୁ ବଢିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଆୟୋଜିତ ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ଅତିଥି ଏବଂ ମା ଝାଡ଼ଖଣ୍ଡୀ ଇଷ୍ଟକନର କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂସ୍ଥାର ଡାଇରେକ୍ଟର ଜୟଶ୍ରୀ ଜେନା, ସୂର୍ଯ୍ୟମଣୀ ନାୟକ,ସୌମ୍ୟ ରଞ୍ଜନ ରଥ , ପ୍ରଦୀପ୍ତ କିଶୋର ବେହେରା ( ଦିପୁ ) , ରସାନନ୍ଦ ପୃଷ୍ଟି ,ସୁଶିଲ କୁମାର ଦଳାଇ ,ତୋଫାନ ନାୟକ ପ୍ରମୁଖ କର୍ମଚାରୀମାନେ । ଶେଷରେ ଉପସ୍ଥିତ ଜନସାଧାରଣଙ୍କ ପାଇଁ ଭୋଜନ ସହିତ ଶକ୍ତି ମିଶ୍ର ଏବଂ ତାଙ୍କର ସାଥୀମାନେ ରଙ୍ଗାରଙ୍ଗ ମେଲୋଡି ପରିବେଷଣ କରିଥିଲେ ।

Exit mobile version