୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ, ଖୋର୍ଦ୍ଧାରୋଡ଼ ରେଳ ବିଭାଗ ଦ୍ଵାରା ସ୍ଥାନୀୟ ଖୋର୍ଦ୍ଧାରୋଡ଼ (ଜଟଣୀ)ସ୍ଥିତ ରେଲୱେ ଷ୍ଟାଡିୟମ୍ ଠାରେ ଆୟୋଜିତ ୬୮ ତମ ସର୍ବ ଭାରତୀୟ ରେଳ ଟି ୨୦-୨୦ କ୍ରିକେଟର ଆଜି ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ପୂର୍ବତଟ ରେଳୱେ ଓ ଦକ୍ଷିଣ ପୂର୍ବ ମଧ୍ଯ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପୂର୍ବତଟ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା।ଦଳ ପକ୍ଷରୁ ସତ୍ୟନ୍ଦ୍ର ମହାନ୍ତି ୧୮, ସମୀର ମହାନ୍ତି ୧୮ ରନ୍ କରିଥିଲେ । ଏହାର ଜବାବରେ ଦକ୍ଷିଣ ପୂର୍ବ ମଧ୍ଯ ରେଳ ୧୫.୨ ଓଭରରେ ୩ ୱିକେଟ୍ ହରାଇ ୧୦୯ ରନ୍ କରି ବିଜୟ ହୋଇଥିଲା।ଦଳ ପକ୍ଷରୁ ଜୟନ୍ତ କୈଵର୍ତ୍ ୫୪ ମୋହିତ ରାଉତ୍ ୨୯ ରନ୍ କରିଥିବା ବେଳେ ବିପକ୍ଷ ଦଳର ସୌରଭ ସେହଗଲ ୨ ୱିକେଟ୍ ନେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସିନିୟର୍ ଡିଓଏମ୍ ସୁମି ବର୍ମା ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଜୟନ୍ତ କୈଵର୍ତ୍ ଙ୍କୁ ପୁରସ୍କୃତ କରିଥିଲେ।

