୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଶନିବାର ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ ରୂପେ ପାଳନ କରଯାଇଛି । ହିଞ୍ଜିଳିକାଟୁ ବ୍ଳକ ଇସି ସଂଘ ସଭାପତି ରଶ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ସଂଘ ସଦସ୍ୟ ଯୋଗ ଦେଇ ସହର ପରିକ୍ରମା କରି ପ୍ରତିବାଦ ସଭା ମାଧ୍ୟମରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।
