୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଶନିବାର ହିଞ୍ଜିଳିକାଟୁ ବ୍ଲକ ମକରଝୋଳ କ୍ଳଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପିନାଥପୁର ଠାରେ ଗପ କହିବା ଗପ ଶୁଣିବା ଏଵଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପେଦିନି ରାଜା ମୋହନ ରାଓ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ ଓ ସମ୍ମାନିତ ଅତିଥି ଭାବେ ସିଆରସିସି ପ୍ରସନ୍ନ କୁମାର ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ ।

