Home ଓଡ଼ିଶା ୬୮ ତମ ସର୍ବ ଭାରତୀୟ ରେଳବାଇ ଟି-୨୦ କ୍ରିକେଟ୍ : ପୂର୍ବ ରେଳ ଓ ମେଟ୍ରୋ ରେଳୱେର ବିଜୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ ଖୋର୍ଦ୍ଧାରୋଡ଼ ରେଳ ବିଭାଗ ଦ୍ଵାରା ସ୍ଥାନୀୟ ଖୋର୍ଦ୍ଧାରୋଡ଼ (ଜଟଣୀ) ସ୍ଥିତ ରେଳ ଷ୍ଟାଡିୟମ୍ ଠାରେ ଆୟୋଜିତ ୬୮ ତମ ସର୍ବ ଭାରତୀୟ ରେଳ ଟି ୨୦-୨୦ କ୍ରିକେଟର ଷଷ୍ଠ ଦିନର ପ୍ରଥମ ମ୍ୟାଚ୍ ପୂର୍ବତଟ ରେଳୱେ ଓ ପୂର୍ବ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂର୍ବତଟ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା । ଦଳ ପକ୍ଷରୁ ଅଙ୍କିତ ଯାଦବ ୫୮ ଲଗ୍ନଜିତ୍ ସାମଲ ୨୫ ରନ୍ କରିଥିଲେ। ପୂର୍ବ ରେଳ ପକ୍ଷରୁ ଅର୍ଜିତ ବାନାର୍ଜୀ ୨ ୱିକେଟ୍ ନେଇଥିଲେ । ଏହାର ଜବାବରେ ପୂର୍ବ ରେଳ ୧୮.୩ ଓଭର ରେ ୫ ୱିକେଟ୍ ହରାଇ ୧୨୪ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଅମିତ୍ କୁମାର୍ ୫୨ ଦେବେନ୍ଦ୍ର ସିଂ ୩୪ ରନ୍ କରିଥିବା ବେଳେ ବିପକ୍ଷ ଦଳର ସୌରଭ ସେହଗଲ ୨ ୱିକେଟ୍ ନେଇଥିଲେ । ସମ୍ମାନୀତ ଅତିଥି ଭାବେ ଭରତୀୟ ରେଳର ସିନିୟର୍ ଆମ୍ପେୟର ଅସୀମ କୁମାର୍ ମଲ୍ଲିକ ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଅମିତ୍ କୁମାରଙ୍କୁ ଙ୍କୁ ପୁରସ୍କୃତ କରିଥିଲେ । ଦ୍ୱିତୀୟ ମ୍ୟାଚ୍ ଉତ୍ତର ମଧ୍ୟ ରେଳ ଓ ମେଟ୍ରୋ ରେଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ଉତ୍ତର ମଧ୍ୟ ରେଳ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୩୩ ରନ୍ କରିଥିଲା । ଦଳ ପକ୍ଷରୁ ପ୍ରଥମ ମିଶ୍ରା ୬୪ ରନ୍ କରିଥିବା ବେଳେ ବିପକ୍ଷ ଦଳର ତଫିକ୍ ଉଦ୍ଦିନ୍ ୨ କୌସିକ୍ ୨ ୱିକେଟ୍ ନେଇଥିଲେ । ଏହାର ଜବାବରେ ମେଟ୍ରୋ ରେଳ ୧୭.୧ ଓଭରରେ ୨ ୱିକେଟ୍ ହରାଇ ୧୩୫ ରନ୍ କରି ବିଜୟୀ ହୋଇଥଲା । ଦଳ ପକ୍ଷରୁ ସୌରଭ ସିଂହ ଅପରାଜିତ ୫୭ ସାକିର୍ ହବିବ ଅପରାଜିତ ୪୪ ରନ୍ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସିନିୟର୍ ଡିଏନ ଶିବଶଙ୍କର ସାହୁ ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ସୌରଭ ସିଂ ଙ୍କୁ ପୁରସ୍କୃତ କରିଥିଲେ । ଖେଳ ଶେଷରେ ଭରତୀୟ ରେଳର ବୟୋଜ୍ୟେଷ୍ଠ ମ୍ୟାଚ୍ ପରିଚାଳକ ଅସୀମ କୁମାର୍ ମଲ୍ଲିକ ଙ୍କୁ ପୂର୍ବତଟ ରେଳବାଇ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟକୁ ଖେଳ ସଚିବ ଏମ୍ ଡି ଯାକିରୁଦିନ୍ ସଂଯୋଜନା ଓ ପରିଚାଳନା କରିଥିଲେ । ଆସନ୍ତା କାଲି ସୋମବାର ଶେଷ ଦିନ ମ୍ୟାଚ୍ ପୂର୍ବରେଳ ଏଵଂ ପଶ୍ଚିମ,ମଧ୍ୟ ରେଳ ଓ ଦକ୍ଷିଣପୂର୍ବ ମଧ୍ୟ ଏବଂ ମେଟ୍ରୋ ରେଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯିବ । Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍ Related Content ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର by Proprietor Abhimanyu Maharana April 30, 2026 ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ by Proprietor Abhimanyu Maharana April 30, 2026 ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ by Proprietor Abhimanyu Maharana April 30, 2026 ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ by Proprietor Abhimanyu Maharana April 30, 2026 ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana April 30, 2026 ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ by Proprietor Abhimanyu Maharana April 30, 2026