୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ୍ ଅନ୍ତର୍ଗତ ରାଣୀପୁର ସ୍ଥିତ ବାପା ମା ଙ୍କ ସେବାଶ୍ରମ ଠାରେ ଆନ୍ତର୍ଜାତିକ ମହିଳା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି I ଏଥିରେ ଜଟଣୀ ଇଂଣ୍ଡିଆନ ହ୍ୟୁମାନ ରାଇଟସର ସଭ୍ୟ ମାନଙ୍କ ଦ୍ୱାରା ବିଶେଷ କରି ଶିକ୍ଷାବିତ ଭାବନା ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ରାଇଟସ ଡିଫେଣ୍ଡରର ବହୁ ମହିଳା କର୍ମକର୍ତାଙ୍କ ସହିତ ଅନେକ ସଭ୍ୟ,ସଭ୍ୟା ଓ ବାପା ମା ଙ୍କ ସେବାଶ୍ରମର ସମସ୍ତ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ I

