Home ଓଡ଼ିଶା ୬୮ ତମ ସର୍ବ ଭାରତୀୟ ରେଳବାଇ ଟି-୨୦ କ୍ରିକେଟ୍ : ଦକ୍ଷିଣ ପୂର୍ବ ମଧ୍ୟ ରେଳ ଓ ଉତ୍ତର ମଧ୍ୟ ରେଳୱେର ବିଜୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ, ଖୋର୍ଦ୍ଧାରୋଡ଼ ରେଳ ବିଭାଗ ଦ୍ଵାରା ସ୍ଥାନୀୟ ଖୋର୍ଦ୍ଧାରୋଡ଼ (ଜଟଣୀ)ସ୍ଥିତ ରେଲୱେ ଷ୍ଟାଡିୟମ୍ ଠାରେ ଆୟୋଜିତ ୬୮ ତମ ସର୍ବ ଭାରତୀୟ ରେଳ ଟି ୨୦-୨୦ କ୍ରିକେଟର ଆଜି ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ପୂର୍ବତଟ ରେଳୱେ ଓ ଦକ୍ଷିଣ ପୂର୍ବ ମଧ୍ଯ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପୂର୍ବତଟ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା।ଦଳ ପକ୍ଷରୁ ସତ୍ୟନ୍ଦ୍ର ମହାନ୍ତି ୧୮, ସମୀର ମହାନ୍ତି ୧୮ ରନ୍ କରିଥିଲେ। ଏହାର ଜବାବରେ ଦକ୍ଷିଣ ପୂର୍ବ ମଧ୍ଯ ରେଳ ୧୫.୨ ଓଭରରେ ୩ ୱିକେଟ୍ ହରାଇ ୧୦୯ ରନ୍ କରି ବିଜୟ ହୋଇଥିଲା । ଦଳ ପକ୍ଷରୁ ଜୟନ୍ତ କୈଵର୍ତ୍ ୫୪ ମୋହିତ ରାଉତ୍ ୨୯ ରନ୍ କରିଥିବା ବେଳେ ବିପକ୍ଷ ଦଳର ସୌରଭ ସେହଗଲ ୨ ୱିକେଟ୍ ନେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସିନିୟର୍ ଡିଓଏମ୍ ସୁମି ବର୍ମା ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଜୟନ୍ତ କୈଵର୍ତ୍ ଙ୍କୁ ପୁରସ୍କୃତ କରିଥିଲେ । ଦ୍ୱିତୀୟ ମ୍ୟାଚ୍ ପଶ୍ଚିମ ମଧ୍ୟ ରେଳ ଓ ଉତ୍ତର ମଧ୍ୟ ରେଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ପଶ୍ଚିମ ମଧ୍ୟ ରେଳ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୯୯ ରନ୍ କରିଥିଲା । ଦଳ ପକ୍ଷରୁ ସଲମାନ୍ ବେଗ ୨୯ ଅଖିଲ ମେହେଟା ୨୩ ରନ୍ କରିଥିବା ବେଳେ ବିପକ୍ଷ ଦଳର ରାହୁଲ୍ ଶର୍ମା ୩ ୱିକେଟ୍ ନେଇଥିଲେ।ଏହାର ଜବାବରେ ଉତ୍ତର ମଧ୍ୟ ରେଳ ୧୫.୫ ଓଭରରେ ୫ ୱିକେଟ୍ ହରାଇ ୧୦୩ ରନ୍ କରି ବିଜୟୀ ହୋଇଥଲା।ଦଳ ପକ୍ଷରୁ ଅକ୍ଷତ ପଣ୍ଡେ ୪୩ ପ୍ରଥମ ମିଶ୍ର ୩୧ ରନ୍ କରିଥିଲେ। ବିପକ୍ଷ ଦଳର ସୁସେଲ ଏସ୍ ୨ ୱିକେଟ୍ ନେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଏଇଇ, ମେମୁ ଏସକେ ଦାସ୍ ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଅକ୍ଷତ ପାଣ୍ଡେ ଙ୍କୁ ପୁରସ୍କୃତ କରିଥିଲେ। ଆଜିର ଏହି ଉଭୟ ମ୍ୟାଚକୁ ଖେଳ ସଚିବ ଏମ୍ ଡି ଯାକିରୁଦିନ ପରିଚାଳନା କରିଥିଲେ। ଆସନ୍ତା କାଲି ରବିବାର ମ୍ୟାଚ୍ ପୂର୍ବତଟ ରେଳ ଏଵଂ ପୂର୍ବ ରେଳ ଓ ମେଟ୍ରୋ ଏବଂ ଉତ୍ତର ମଧ୍ୟ ରେଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯିବ। Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍ Related Content ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା by Proprietor Abhimanyu Maharana October 27, 2026 Amway India Opens revamped, upgraded stores in Berhampur and Balasore by Proprietor Abhimanyu Maharana October 27, 2026 ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ by Proprietor Abhimanyu Maharana October 27, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ by Proprietor Abhimanyu Maharana October 27, 2026 ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା by Proprietor Abhimanyu Maharana October 27, 2026 କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା by Proprietor Abhimanyu Maharana October 27, 2026