Home ଓଡ଼ିଶା ୬୮ ତମ ସର୍ବ ଭାରତୀୟ ରେଳବାଇ ଟି-୨୦ କ୍ରିକେଟ୍ : ଦକ୍ଷିଣ ପୂର୍ବ ମଧ୍ୟ ରେଳ ଓ ଉତ୍ତର ମଧ୍ୟ ରେଳୱେର ବିଜୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ, ଖୋର୍ଦ୍ଧାରୋଡ଼ ରେଳ ବିଭାଗ ଦ୍ଵାରା ସ୍ଥାନୀୟ ଖୋର୍ଦ୍ଧାରୋଡ଼ (ଜଟଣୀ)ସ୍ଥିତ ରେଲୱେ ଷ୍ଟାଡିୟମ୍ ଠାରେ ଆୟୋଜିତ ୬୮ ତମ ସର୍ବ ଭାରତୀୟ ରେଳ ଟି ୨୦-୨୦ କ୍ରିକେଟର ଆଜି ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ପୂର୍ବତଟ ରେଳୱେ ଓ ଦକ୍ଷିଣ ପୂର୍ବ ମଧ୍ଯ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପୂର୍ବତଟ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା।ଦଳ ପକ୍ଷରୁ ସତ୍ୟନ୍ଦ୍ର ମହାନ୍ତି ୧୮, ସମୀର ମହାନ୍ତି ୧୮ ରନ୍ କରିଥିଲେ। ଏହାର ଜବାବରେ ଦକ୍ଷିଣ ପୂର୍ବ ମଧ୍ଯ ରେଳ ୧୫.୨ ଓଭରରେ ୩ ୱିକେଟ୍ ହରାଇ ୧୦୯ ରନ୍ କରି ବିଜୟ ହୋଇଥିଲା । ଦଳ ପକ୍ଷରୁ ଜୟନ୍ତ କୈଵର୍ତ୍ ୫୪ ମୋହିତ ରାଉତ୍ ୨୯ ରନ୍ କରିଥିବା ବେଳେ ବିପକ୍ଷ ଦଳର ସୌରଭ ସେହଗଲ ୨ ୱିକେଟ୍ ନେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସିନିୟର୍ ଡିଓଏମ୍ ସୁମି ବର୍ମା ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଜୟନ୍ତ କୈଵର୍ତ୍ ଙ୍କୁ ପୁରସ୍କୃତ କରିଥିଲେ । ଦ୍ୱିତୀୟ ମ୍ୟାଚ୍ ପଶ୍ଚିମ ମଧ୍ୟ ରେଳ ଓ ଉତ୍ତର ମଧ୍ୟ ରେଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ପଶ୍ଚିମ ମଧ୍ୟ ରେଳ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୯୯ ରନ୍ କରିଥିଲା । ଦଳ ପକ୍ଷରୁ ସଲମାନ୍ ବେଗ ୨୯ ଅଖିଲ ମେହେଟା ୨୩ ରନ୍ କରିଥିବା ବେଳେ ବିପକ୍ଷ ଦଳର ରାହୁଲ୍ ଶର୍ମା ୩ ୱିକେଟ୍ ନେଇଥିଲେ।ଏହାର ଜବାବରେ ଉତ୍ତର ମଧ୍ୟ ରେଳ ୧୫.୫ ଓଭରରେ ୫ ୱିକେଟ୍ ହରାଇ ୧୦୩ ରନ୍ କରି ବିଜୟୀ ହୋଇଥଲା।ଦଳ ପକ୍ଷରୁ ଅକ୍ଷତ ପଣ୍ଡେ ୪୩ ପ୍ରଥମ ମିଶ୍ର ୩୧ ରନ୍ କରିଥିଲେ। ବିପକ୍ଷ ଦଳର ସୁସେଲ ଏସ୍ ୨ ୱିକେଟ୍ ନେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଏଇଇ, ମେମୁ ଏସକେ ଦାସ୍ ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଅକ୍ଷତ ପାଣ୍ଡେ ଙ୍କୁ ପୁରସ୍କୃତ କରିଥିଲେ। ଆଜିର ଏହି ଉଭୟ ମ୍ୟାଚକୁ ଖେଳ ସଚିବ ଏମ୍ ଡି ଯାକିରୁଦିନ ପରିଚାଳନା କରିଥିଲେ। ଆସନ୍ତା କାଲି ରବିବାର ମ୍ୟାଚ୍ ପୂର୍ବତଟ ରେଳ ଏଵଂ ପୂର୍ବ ରେଳ ଓ ମେଟ୍ରୋ ଏବଂ ଉତ୍ତର ମଧ୍ୟ ରେଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯିବ। Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026