ସାବାସ ଅଗ୍ନିଶମ ବାହିନୀ : କରୋନା ଯୋଦ୍ଧା ଭାବେ ଖଟୁ ଥିବାବେଳେ ପ୍ରାକୃତିକ ବିପଦରୁ ଉଦ୍ଧାର କଲେ ଜଣେ ଚାଷୀଙ୍କ ସମେତ ୨ଟି ବଳଦକୁ ଭାପୁର ଦମକଳ ବାହିନୀ

ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ନୟାଗଡ ଜିଲ୍ଲା :- ଯେମିତି ବିବାଦ ବେଳେବେଳେ ପଛରେ ଗୋଡାଇଥାଏ ସେମିତି କିଛି ପ୍ରଂଶସନୀୟ କାର୍ଯ୍ୟକ୍ରମ ବିଭାଗ ପ୍ରତି ସାଧାରଣରେ ବିଶ୍ୱାସ ସୃଷ୍ଟି କରିଥାଏ । ଏଥିପାଇଁ ସାଧାରଣରେ ଅଧିକାରୀ ଆଉ କର୍ମଚାରୀଙ୍କୁ କେବଳ ଶୁଭେଚ୍ଛା ମିଳିଥାଏ ଏମିତି ଏକ ଘଟଣା ସମଗ୍ର ନୟାଗଡ ଜିଲ୍ଲାରେ ଘଟିଛି ଆଉ ଯେଉଁଥିପାଇଁ ସାରା ଜିଲ୍ଲାରେ ଅଗ୍ନିଶମ ବିଭାଗକୁ ପ୍ରଂଶସାରେ ପୋତି ପକାଇଛନ୍ତି ନୟାଗଡ ଜିଲ୍ଲାବାସୀ

ଏହି ମହାନ କାମପାଇଁ ଏପରିକି ମହାମାରୀ କରୋନା ପାଇଁ ଦିନରାତି ଏକ କରି ଖଟୁ ଥିବା ଅଗ୍ନିଶମ କର୍ମଚାରୀ ଖବର ପାଉ ପାଉ ନିଜ ଜୀବନକୁ ବାଜି ଲଗେଇ ପଶିଥିଲେ ମହାନଦୀର ଅକାତ ଅକାତ ପାଣିରେ ଆଉ ସେଥିରେ ସଫଳ ହୋଇ ଭାପୁର ବ୍ଲକର ପଥରଚକଡା ଗ୍ରାମର କୃଷକ ପଞ୍ଚୁ ଗୋଛି ଆଉ ତାର ଦୁଇଟି ବଳଦ ଗଭୀର ଜଳରେ ଭାସି ଯାଉଥିବାବେଳେ ଉଧାରକରିବାରେ

ଏପରିକି ନିକଟସ୍ଥ ମଣିପୁର ଗ୍ରାମର ମମତା ମଲ୍ଲିକ ନାମକ ଜଣେ ଗର୍ଭାବତୀ ମହିଳାଙ୍କୁ ମଧ୍ୟ ଏକ ରବର ବୋଟରେ ଭାପୁର ଅଗ୍ନିଶମ ବିଭାଗର କର୍ମଚାରୀ ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ସମଗ୍ର ଭାପୁର ଅଗ୍ନିଶମ ବିଭାଗର ନିୟୋଜିତ ସମସ୍ତ ଅଧକାରୀଙ୍କ ସମେତ କର୍ମଚାରୀଙ୍କୁ ରାଜ୍ୟ ତଥା ଦେଶ ସ୍ଥରରେ ସମ୍ମାନିତ ସହ ପୁରସ୍କୃତ କରିବାପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି (ରିପୋର୍ଟ ରାମ କୃଷ୍ଣ ରଥ)

Exit mobile version