ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସମ୍ମାନିତ

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ନାରୀ ମାନଙ୍କ ଅନନ୍ୟ ସେବା ଓ ତ୍ୟାଗ ପ୍ରତି ସମ୍ମାନ ଜଣାଇବାକୁ ଏବଂ ସମାଜର ସମସ୍ତ ଶ୍ରେଣୀର ନାରୀ ମାନଙ୍କୁ ଗୈାରବ ଓ ଅଭିନନ୍ଦନ ଜଣାଇବା ପରିପ୍ରେକ୍ଷୀରେ ଶନିବାର ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ମହାଆଡମ୍ବର ସହକାରେ ପାଳନ କରାଯାଇଛି। ପୈାରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,

କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସକ ଡାକ୍ତର ସୋନାଲୀ ଗୁପ୍ତା ଓ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ପ୍ରମୁଖ ମଞ୍ଚାସିନ ଥିଲେ।

ନାରୀ ମାନଙ୍କ ନିଃସ୍ଵାର୍ଥପର ସେବା, ତ୍ୟାଗ ଏବଂ ସମାଜ ଗଠନରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଲିଙ୍ଗ ଅସମାନତା, ଶୋଷଣ, ଯୌନ ଉତ୍ପୀଡନ ସହ ଅନ୍ୟାନ୍ୟ କ୍ଷେତ୍ରରେ ସମାନ ଅଧିକାର, ସୁଯୋଗ, ସଶକ୍ତିକରଣ ଏବଂ ସୁରକ୍ଷା ନିଶ୍ଚିତ କରିବା ଆବଶ୍ୟକତା ସମ୍ପର୍କରେ ଅତିଥି ବୃନ୍ଦ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହି ଅବସରରେ ହିଞ୍ଜିଳିକାଟୁ ପୈାରାଞ୍ଚଳର ବହୁ ମହିଳାଙ୍କ ଅପୂର୍ବ ଅଭିଯାନ ଓ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଡାକ୍ତର ସୋନାଲୀ ଗୁପ୍ତା, ଶିକ୍ଷା କ୍ଷେତ୍ରରେ ଶାନ୍ତିଲତା ମୁନି, ସମାଜସେବା କ୍ଷେତ୍ରରେ ସୁଚିତ୍ରା ପଣ୍ଡା, ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଆବର୍ଜନା ଗାଡି ଚାଳକ ପ୍ରଭାତୀ ପ୍ରଧାନ, ସହାୟିକା ଲିମା ସମେତ ସ୍ବଚ୍ଛ କର୍ମୀ,

ସଫେଇ କର୍ମୀ, ସ୍ବଚ୍ଛ ସାଥୀ ଓ ଏମସିସି, ଏମଆରଏଫ, ଆହାର କେନ୍ଦ୍ର ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ପରିଶେଷରେ ସ୍ବଚ୍ଛତା କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।‌

କାର୍ଯ୍ୟକ୍ରମରେ ବହୁ କାଉନସିଲର, ବୁଦ୍ଧିଜୀବୀ ଓ ପୈାର କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୈାର ଯନ୍ତ୍ରୀ ଇଂ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ସୁବ୍ରତ କୁମାର ମହାପାତ୍ର ପରିଚାଳନା କରିଥିଲେ ।

Exit mobile version