ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶିଶିଲୋର ବାର୍ଷିକ ଉତ୍ସବ ଓ ମେଧାବୃତ୍ତି ସମ୍ବର୍ଦ୍ଧନା ସମ୍ମାନ କାର୍ଯ୍ୟ କ୍ରମ

୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଅନ୍ତା  :- ଭୁବନେଶ୍ୱର ଉପକଣ୍ଠ, ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶିଲୋ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ” ମହୋତ୍ସବ ୨୦୨୫” ଓ ବାର୍ଷିକ କ୍ରୀଡା ପୁରସ୍କାର ବିତ୍ତରଣୀ ଉତ୍ସବ ସମେତ ବିଜୟରାମ ମେଧାବୃତ୍ତି ସମ୍ମାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ବରିଷ୍ଟ ସଦସ୍ୟ ଶ୍ରୀଯୁକ୍ତ ମାଗୁଣି ଚରଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜୟଦେବ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ଘାଟନ କରି କହିଥିଲେ ଯେ ବିଦ୍ୟାଳୟର ଉନ୍ନତି ପାଇଁ ଖେଳପଡ଼ିଆ ସମେତ ବିଭିନ୍ନ କଲ୍ୟାଣ କାର୍ଯ୍ୟ କରିବା ପାଇଁ ସଦାସର୍ବଦା ଚେଷ୍ଟିତ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁନାରାୟଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ନବ କିଶୋର ମଲ୍ଲିକ,ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସକ ତଥା ନାଟ୍ୟକାର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଏବଂ,ସମ୍ମାନୀତ ଅତିଥି ଭାବେ ବିଜୟରାମ ମେଧାବୃତ୍ତି କମିଟିର ଅଧ୍ୟକ୍ଷ ଡାକ୍ତର ରାଧାନାଥ ପ୍ରହରାଜ , ସରପଞ୍ଚ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମଲ୍ଲିକ,ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମାନସ କୁମାର ନାୟକ,ଶିକ୍ଷାବିତ୍ ନାରାୟଣ ବେହେରା,ବିଶିଷ୍ଟ ସମାଜସେବୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଛାତ୍ର ସଂସଦ ସଭାପତି ଉପେନ୍ଦ୍ର କୁମାର ବାରିକ,

ଛାତ୍ର ସଂସଦ ସମ୍ପାଦକ ଇଁ. ସନ୍ତୋଷ କୁମାର ସେଠୀ ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇ କହିଥିଲେ ଯେ ନିଜର ବାପା, ମା, ହେଉଛନ୍ତି ଜୀବନ୍ତ ଠାକୁର ସେମାନଙ୍କ କଥା ଏବଂ ଶିକ୍ଷା ଗୁରୁଙ୍କ ଉପଦେଶ ମାନିଲେ ଦୁନିଆଁରେ ପିଲାମାନେ ଭଲ ମଣିଷ ହୋଇ ପାରିବ , ଆଉ ମଧ୍ୟ ନିଜ ଜନ୍ମମାଟିକୁ କେବେ ଭୁଲିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ଛାତ୍ର ଛାତ୍ରୀମାନଙ୍କୁ ବିଜୟରାମ ମେଧା ବୃତ୍ତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଅଞ୍ଚଳର ଅନେକ ବୁଦ୍ଧିଜୀବି,ବରିଷ୍ଟ ନାଗରିକ,ଅଭିଭାବକ ଓ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ସଭାକୁ ଶିକ୍ଷକ ଶ୍ରୀ ସର୍ବେଶ୍ଵର ନାୟକ ପରିଚାଳନା କରିଥିବା ବେଳେ ଶେଷରେ ଅନ୍ୟତମ ଶିକ୍ଷକ ଶ୍ରୀ ହୃଦାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version