ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଜେଇଇ ଓ ଏନ୍.ଇ.ଇ.ଟି ପରୀକ୍ଷା ବାତିଲ ଦାବିରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର

ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ବରଗଡ଼ :୨୮/୦୮/୨୦୨୦ ଶୁକ୍ରବାର ସକାଳ ୧୧.୦୦ ସମୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ,ବରଗଡ଼ ଜିଲ୍ଲା କଂଗ୍ରେସ କମିଟି,ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ଓ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମହାମାରୀ କରୋନା ସଂକ୍ରମଣ ସଂକଟ ସମୟରେ ସର୍ବଭାରତୀୟ ଜେଇଇ ଓ ଏନ୍ ଇ ଇ ଟି ପରୀକ୍ଷାକୁ ଘୁଞ୍ଚାଇବା ଦାବୀରେ ପ୍ରତିବାଦ ପ୍ରଦର୍ଶନ କରି ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ ।

ସ୍ମାରକପତ୍ର ପ୍ରଦାନ ସମୟେରେ ଉପସ୍ଥିତ ରହିଥିବା ସର୍ବଶ୍ରୀ ଯୁଗଳ ପ୍ରସାଦ ସିଂହ,ସରୋଜ ଷଡଙ୍ଗୀ,ନିହାର ରଞ୍ଜନ ମହାନନ୍ଦ,ପ୍ରଦୀପ ଦେବତା,ପ୍ରତାପ ଚନ୍ଦ୍ର ନାୟକ,ସୁଭେନ୍ଦୁ ସାହୁ,ତ୍ରିଲୋଚନ ସାହୁ,ସୁଶାନ୍ତ କୁମାର ସାହୁ,ଅରୁଣ ସେଠ୍,ଅଭିଷେକ ନାୟକ,ଗୌରବ ପତି,ପିକୁନ୍ ନାୟକ,ସୁବ୍ରତ ନାୟକ ଓ ଅନାନିୟ ସଦସ୍ଯ ମିଶି ପ୍ରତିବାଦ ପ୍ରଦର୍ଶନ କରିଥିଲେ । ( ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ )

Exit mobile version