୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ପୌରହିତ୍ୟରେ ଜିଲ୍ଲା କୋର୍ଟ ପରିସରରେ ଶତାଧିକ ଗ୍ରାମୀଣ ଆଇନ ସଚେତନତା କର୍ମୀ, ସିଆର୍ପି, ୱାନ୍ଷ୍ଟପ୍ ସେଣ୍ଟରର କର୍ମୀ ଏବଂ କୋର୍ଟ କର୍ମଚାରୀମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ନୟାଗଡ଼ ପୁରୁଣା କୋର୍ଟ ପରିସରରୁ ଏକ ଶୋଭଯାତ୍ରା ବାହାରି ଆନ୍ତର୍ଜାତୀୟ ମହିଳା ଦିବସର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂତନ ଜିଲ୍ଲା କୋର୍ଟକୁ ଆସିଥିଲେ ।

