୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ 28 ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପଞ୍ଚଦଶ ମାସିକ ସମ୍ମିଳନୀ ଶନିବାର ଦିନ କାହ୍ନୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, କଳାଙ୍ଗଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସମ୍ମିଳନୀ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୋଚିନ୍ଦ୍ର ଦାସଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ନିକଟ ଅତୀତରେ ଇହଲୀଲା ସମ୍ବରଣ କରିଥିବା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ସ୍ବାଇଁଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
.ନୂତନ କରି ସରକାରୀ ଉଚ୍ଚ ବିଦ୍ୟାଳୟ, ଗେଡିଆପଲ୍ଲୀରେ ଯୋଗ ଦେଇଥିବା ଯୋଗେଶ ଚନ୍ଦ୍ର ସାମନ୍ତ ସାମନ୍ତସିଂହାରଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ତାହାପରେ ସହଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର ଗତ ବୈଠକର ବିବରଣୀ ପଠନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳବନ୍ତରାୟ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ କାର୍ଯ୍ୟସୂଚୀ ଅନ୍ତର୍ଗତ ସମସ୍ତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ବଦ୍ରୁଲ ହାସନ ଖାଁ ଶିଶୁବାଟିକାରେ ନାମ ଲିଖନ ଓ ଶିକ୍ଷାଦାନ, ପୀତବାସ ଲେଙ୍କା ରାଷ୍ଟ୍ରିୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ସରକାରୀ ଅର୍ଥ ସହାୟତାରେ ହେବାକୁ ଥିବା ଏକ୍ସପୋଜର ଭିଜିଟ, ଅମର କୁମାର ବେହେରା ଓ ରବୀନ୍ଦ୍ର କୁମାର ବେହେରା ଆଲୁମିନି କମିଟି ଗଠନ, କ୍ଷେତ୍ର ମୋହନ ରଣା, ବନମାଳି ସାହୁ ଉକ୍ତ କମିଟିର କାର୍ଯ୍ୟ, ଧ୍ରୁବ ଚରଣ ତ୍ରିପାଠୀ ଓ ଧ୍ରୁବାନନ୍ଦ ନାୟକ ଆଲୁମିନି କମିଟି ଦ୍ୱାରା ପ୍ରଦତ୍ତ ଅର୍ଥ,

