ମା ମଙ୍ଗଳାଙ୍କ ପୀଠରେ ବିଶ୍ଵାଶାନ୍ତି ମହାଯଜ୍ଞ

୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି  :-  ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବ୍ରହ୍ମଣିଆ ପଞ୍ଚାୟତର ବେଙ୍ଗମା ସ୍ଥିତ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଜଗତ କଲ୍ୟାଣ ନିମିତ୍ତ ୨୫ ତମ ବିଶ୍ଵଶାନ୍ତି ମହାଯଜ୍ଞ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଅଛି । ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ ଜଣ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି ।

ପ୍ରତେକ ଦିନ ୫ ମେଳ ସଂକୀର୍ତନ ଯୋଗଦେଇ ନାମ ପରିବେଷଣ କରୁଛନ୍ତି. । ଶୁକ୍ରବାର ଅଙ୍କୁରାରୋପଣ ଏବଂ ଶନିବାର ଦିନ ଜଳଅଧିବାସ, ନଗରପରିକ୍ରମା ଅଗ୍ନି ସ୍ଥାପନ ,ନାମସଂକ୍ରିତନ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା , ଗୋ ପୂଜା ଶାଲା ପୂଜା, ନାମସଂକ୍ରିତନ କରାଯାଉଛି ।.

ଏହି ବିଶ୍ଵାଶାନ୍ତି ମହାଯଜ୍ଞ ସାତଦିନ ଧରି ଚାଲିବ ଓ ପ୍ରତେହ ଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବେଙ୍ଗମା ଗ୍ରାମ୍ୟ ପରିଚାଳନା କମିଟି କରୁଛନ୍ତି। ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁଙ୍କ ସାମଗମ ହେଉଥିବା ବେଳେ ଶନିବାର ଠାରୁ ଆରମ୍ଭ ହୋଇଥିବା ବିଶ୍ଵାଶାନ୍ତି ମହାଯଜ୍ଞ ଉତ୍ସବ ଶୁକ୍ରବର ଦିନ ପୂର୍ଣ୍ଣlହୁତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Exit mobile version