Home ଓଡ଼ିଶା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରମନାଗୁଡା :- ରାୟଗଡ଼ା ଜିଲ୍ଲା ରାମନଗୁଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସହ ପାଠ୍ୟକ୍ରମ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଣୀତ କୁମାର ଅଧିକାରୀ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ପ୍ରଭୁ ଶ୍ରୀ ଗଜନାନଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ଵିପ ପ୍ରଜ୍ବଳନ ସହ ହୋଇଥିଲା ବେଳେ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବିଦ୍ୟାଶ୍ରୀ ରଥ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଇଂରାଜୀ ଶିକ୍ଷୟିତ୍ରୀ ମିନାକ୍ଷୀ ଯେ ସାହୁ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହ ନାରୀ ସମ୍ମାନ ଓ ଆହ୍ବାନ ବିଷୟ ରେ ନିଜର ବକ୍ତବ୍ୟ କହିଲେ। ଅନ୍ୟ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସୁଶ୍ରୀ କାଜଲ ପ୍ରକାଶ ଗୌଡ, ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସିରିସା ପାତ୍ର ଓ ସୁଶ୍ରୀ ଶ୍ରୁତି ସମ୍ପୂର୍ଣା ସେନାପତି ନିଜନିଜର ଅଭିଭାଷଣରେ ସାଂପ୍ରତିକ ଜୀବନରେ ନାରୀର ଭୂମିକା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଧିକାରୀ ମାଆଙ୍କର ଉଦାହରଣ ଦେଇ ଏବଂ ମାଆ ମାନଙ୍କୁ ସମ୍ମାନ ଜଣାଇ ନାରୀର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ । କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ସହ ସମ୍ମାନୀତ କରାଯାଇଥିଲା । ଏଥିସହିତ ନାରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରୀ ମାନଙ୍କ ଦ୍ଵାରା ଆତ୍ମରକ୍ଷା କୌଶଳର ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀମାନଙ୍କ ଦ୍ଵାରା ସାମାଜିକ ନାଟକ ଓ ପ୍ପ୍ରେରଣାଦାୟୀ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାମୁହିକ ଭାବରେ ନାରୀ ସୁରକ୍ଷା ଓ ସମ୍ମାନ ପାଇଁ ପ୍ରତିଜ୍ଞା ପାଠ କରାଯାଇଥିଲା । କାର୍ଯ୍ୟକ୍ରମର ପରିସମାପ୍ତି ରେ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀ ଆଶୁତୋଷ ପାତ୍ରଙ୍କ ଧନ୍ୟବାଦ ଅର୍ପଣ କରିଥିବା ବେଳେ କମ୍ପ୍ୟୁଟର ଶିକ୍ଷକ ଶ୍ରୀ ମାନସ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଦେବାଶିଷ ସାହୁ ଚିତ୍ର ଉତ୍ତୋଳନର ଦାୟିତ୍ଵ ନିର୍ବାହ କରିଥିଲେ । ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହୋଯୋଗ କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନୟାଗଡ଼ରେ ୮ ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ by Proprietor Abhimanyu Maharana September 11, 2026 ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ , ଶ୍ରୀଯୁକ୍ତ ଦିଗାମ୍ବର ବେହେରା by Proprietor Abhimanyu Maharana September 11, 2026 ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ by Proprietor Abhimanyu Maharana September 11, 2026 ଦେୟ ମୁକ୍ତ ଶିକ୍ଷା କେଜି ରୁ ପିଜି ମାଗଣା ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତାରଣା : କଂଗ୍ରେସ by Proprietor Abhimanyu Maharana September 11, 2026 ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026