ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟଗଡ :- ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ନୟଗଡ ବ୍ଲକ ବଡ଼ପଣ୍ଡୁସର ଶାଖା ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ପାଳ ଓ ମୁଖ୍ୟ ଚିକିତ୍ସାଧିକାରି ଓ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । କର୍ମଚାରୀ ମାନେ ଚଳିତ ମାସ ତିନି ତରିଖରୁ ଆଜି ଯାଏ କଳା ବ୍ୟାଚ ପିନ୍ଧି କାର୍ଯ୍ୟକାରୀ କରୁଛନ୍ତି ୯ ତାରିଖ ପର୍ଯ୍ୟନ୍ତ ଯଦି ରାଜ୍ୟ ସରକାର ଆମ ଦାବି ଦୃଷ୍ଟି ନଦେବେ ସମୂହ ୧୦ ତାରିଖରୁ ଭୁବନେଶ୍ଵରଠାରେ ଥିବା ଧାରଣା ଦେବୁ ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା ନୟଗଡ ବ୍ଲକ ବଡ଼ ପଣ୍ଡୁସର କର୍ମଚାରୀ ସଂଘ ଶାଖା ପକ୍ଷରୁ କର୍ମଚାରୀ ମାନେ କହିଛନ୍ତି ।

2005 ରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଅଧୀନରେ ଗତ 20 ବର୍ଷ ହେବ କର୍ମଚାରୀ ମାନେ କାମ କରୁଛନ୍ତି । ସେମାନେ ଦାବି ସଂକ୍ରାନ୍ତ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବ୍ଲକ ସ୍ତରୀୟ ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀ ମାନେ ଅତି ଉଚ୍ଚ ଶିକ୍ଷିତ,କୁଶଳୀ,ଦକ୍ଷ, ପରିଶ୍ରମୀ ଓ ସ୍ବାସ୍ଥ୍ୟ ବିଭାଗ ର ସମସ୍ତ କାର୍ଯ କୁ ନିଷ୍ଠା ର ସହ ପରିଚାଳନା କରୁଛନ୍ତି ।

ଏଥିପାଇଁ ଓଡିଶା ସ୍ବାସ୍ଥ୍ୟ ବିଭାଗ ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଅଛି,ମାତ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଥିବା କର୍ମଚାରୀ ମାନେ ସ୍ୱଳ୍ପ ଦରମା,ଓ ଚୁକ୍ତି ଭିତ୍ତିକ ଚାକିରି ରେ କାମ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତି ରେ ସ୍ୱଳ୍ପ ଦରମା ରେ ପରିବାର ପ୍ରତିପୋଷଣ କରିବାରେ କଷ୍ଟ କର ହୋଇପଡିଛି।ଏହି ପରିପ୍ରେକ୍ଷୀରେ ଆଜିଠାରୁ ସେହି କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ଶାନ୍ତି ଭାବେ ନିଜେ ନିଜର କାର୍ଯ୍ୟ କରୁଛନ୍ତି । ବ୍ଲକ ସଭାପତି ନିବେଦିତା ପ୍ରଧାନ,କୋଷାଧକ୍ଷ ମନୋରଞ୍ଜନ ସାହୁ, ରିଆଜ ଅହମ୍ମଦ ମାଲିକ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version