Home ଓଡ଼ିଶା ଗଣେଶ୍ବପୁର ପଞ୍ଚାୟତ ରେ ପାନୀୟ ଜଳ ଅଭାବ ହେତୁ ଗାଁ ଛାଡିବାକୁ ବସିଲେଣି ଲୋକେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp 80 ଟା ସରକାରୀ ନଳକୂପ ଅଚଳ ପାଣି ପାଇଁ ଡହକ ବିକଳ ୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ଗୋପ ବ୍ଲକ ର 31 ପଞ୍ଚାୟତ ମଧ୍ୟରୁ ସର୍ବ ବୃହତ ପଞ୍ଚାୟତ ଟି ହେଉଛି ଗଣେଶ୍ୱରପୁର ପଞ୍ଚାୟତ l ଏହାର ୱାର୍ଡ ସଂଖ୍ୟା ହେଉଛି 24 ଲୋକ ସଂଖ୍ୟା ହେଉଛି 14 ହାଜର ରୁ ଉର୍ଦ୍ଧ ହେଵ l ଲୋକ ସଂଖ୍ୟା ଓ ଅନ୍ୟାନ୍ୟ ଦୁଷ୍ଟି କୋଣରୁ ଗଣେଶ୍ୱରପୁର ପଞ୍ଚାୟତ ଟି ହେଉଛି ଉଚ୍ଚ ଶିକ୍ଷିତ ପଞ୍ଚାୟତ l ଶିକ୍ଷା ହାର ରେ ମଧ୍ୟ ପ୍ରଥମ ସରକାରୀ ଚାକିରିଆ କ୍ଷେତ୍ରରେ ବି ପ୍ରଥମ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଠାରେ ବିଗତ 4 ବର୍ଷ ହେଵ ପାଇନୀୟ ଜଳ ର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି l ଯଦିଓ ଏହା କୁଶଭଦ୍ରା ଓ ଧନୁଆ ଏବଂ କାଦୁଅ ନଦୀ ର ପ୍ରଶବର୍ତ୍ତୀ ଅଞ୍ଚଳ ରେ ଅବସ୍ଥିତ ପଞ୍ଚାୟତ କିନ୍ତୁ କୌଣସି ନଦୀ ରେ ବିଗତ କିଛି ବର୍ଷ ହେଵ ବନ୍ୟା ପାଣି ନଥିବା ହେତୁ ମୃତ ଅବସ୍ଥାରେ ସମସ୍ତ ନଦୀ l ସେଥିପାଇଁ ପାଣିର ସ୍ତର ମଧ୍ୟ କମ ହେଉଥିବାରୁ ପାନୀୟ ଜଳ ର ସମସ୍ୟା କ୍ରମଶଃ ବୃଦ୍ଧି ପାଉଛି l ଗଣେଶ୍ୱରପୁର ପଞ୍ଚାୟତ ର ସରପଞ୍ଚ ପ୍ରଭାତ ବେହେରା କହିଛନ୍ତି ଆମ ପଞ୍ଚାୟତ ରେ ଗୋଟେ ବି ବସୁଧା ଜଳ ଯୋଜନାରେ ଓଭର ହେର୍ଡ ଟ୍ୟାଙ୍କ ନଥିବା ଫଳରେ ଆମେ ପାଇପ ଯୋଗେ ପିଇବା ପାଣି ପାଇବାରୁ ବଞ୍ଚିତ l ଅନେକ ଥର ସର୍ବେ ହୋଇଛି ସତ କିନ୍ତୁ ପାଣି ଟ୍ୟାଙ୍କୀ ନିର୍ମାଣ ହେଲାନାହିଁ l ପାଣି ର ସମସ୍ୟା ଆସିଲେ ଆମ ପଞ୍ଚାୟତ ରୁ ଶତକଡା 35 ଭାଗ ଲୋକ ଗୋପ ଓ ନିମାପଡା ଆଦି ଅଞ୍ଚଳ ଘର ଭଡା ନେଇ ରୁହନ୍ତି l ବର୍ଷା ଦିନ ହେଲେ ଗାଁ କୁ ଫେରନ୍ତି l ୱାର୍ଡ ମେମ୍ବର ଲିଖିତ ଅଭିଯୋଗ କଲେ ଆମେ ବ୍ଲକ ରେ ସୂଚିତ କରିବୁ ଆଉ ଟ୍ରାକ୍ଟର ଯୋଗେ ୱାର୍ଡ ଅନୁଯାଇ ପାଣି ଦେବୁ l ଆଗାମୀ 17 ତାରିଖ ରେ ପଞ୍ଚାୟତ ବୈଠକ ରେ ଜଣାପଡିବ କେତେ କ ୱାର୍ଡ ପାଇଁ ଟ୍ରାକ୍ଟର ଯୋଗେ ପାଣି ଆବଶ୍ୟକ ପଡୁଛି l ଉକ୍ତ ପଞ୍ଚାୟତ ପାଇଁ ଭାର୍ଗବୀ ନଦୀ ରୁ ପାଇପ ଲାଇନ ରେ ପାନୀୟ ଜଳ ଆସିବାକୁ ଆଉ ଦେଢ଼ ବର୍ଷ ସମୟ ଲାଗିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି l ଗତ ସପ୍ତାହ ରେ ବନ୍ତୁଳି ଗାଁ ଠାରେ ବୃହତ ମେଗା ପାନୀୟ ଜଳ ର ଶିଳାନ୍ୟାସ କରିବା ଅବସରରେ ଶ୍ରୀମତୀ ପରିଡା କହିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ by Proprietor Abhimanyu Maharana August 6, 2026 ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ : ବିଜେଡି କର୍ମୀ ବିଜେପିରେ ସାମିଲ by Proprietor Abhimanyu Maharana August 6, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ by Proprietor Abhimanyu Maharana August 6, 2026 ମାନବିକତା ଦେଖାଇଲେ ମାନ୍ୟବର ବିଚାରପତି ଗୁରୁ ଦୟାଲ ହଂସ ଙ୍କ ରିପୋର୍ଟ by Proprietor Abhimanyu Maharana August 6, 2026 ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା by Proprietor Abhimanyu Maharana August 6, 2026 Odisha’s Women Set Their Sights on Mount Yunam by Proprietor Abhimanyu Maharana August 6, 2026