Home ଓଡ଼ିଶା ବିଶିଷ୍ଟ ସମାଜସେବୀଙ୍କ ପରଲୋକ : ଅଞ୍ଚଳରେ ଶୋକର ଛାୟା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଗ୍ରାମର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲାlସେ ଜଣେ ରେଳବାଇ ଅବସର ପ୍ରାପ୍ତ ଷ୍ଟେସନ ମ୍ୟାନେଜର ଥିଲେ।ଗତ ସପ୍ତାହରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପ୍ରଥମେ ଖୋର୍ଦ୍ଧାରୋଡ଼ ରେଳବାଇ ଡାକ୍ତରଖାନା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ଆଜି ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ବିୟୋଗ ଘଟିଛି l ସେ କୁଦିଆରୀ ଗ୍ରାମ ତଥା ଅଞ୍ଚଳରେ ଜଣେ ବିସିଷ୍ଟ ସମାଜସେବୀ ସହିତ ଗାଁ ମୁରବି ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ’ଜଣେ ଅତ୍ୟନ୍ତ ମିଳାପି, ମିଷ୍ଟଭାସି, ସ୍ଵଭାଵ ବ୍ୟକ୍ତି ଥିଲେ।ତାଙ୍କର ପ୍ରଚେଷ୍ଟାରେ ଗାଁର ଭବିଷ୍ୟତ ପିଢ଼ି କିପରି ଇଂରାଜୀ ଶିକ୍ଷା ପାଇବେ ସେଥିପାଇଁ ନିଜସ୍ୱ ଯାଗା ଗ୍ରାମବାସୀଙ୍କୁ ଦାନ କରି ୧୯୮୮ ମସିହାରେ ଶିଶୁଶିକ୍ଷା ମନ୍ଦିର ନାମରେ ଏକ ଇଂରାଜୀ ମିଡିୟମ ସ୍କୁଲ ଖୋଲିଥିଲେ । ଆଜି ସେହି ସ୍କୁଲରୂ ବହୁ ପିଲା ଉଚ୍ଚ ଶିକ୍ଷିତ ହୋଇ ଦେଶ ରାଜ୍ୟ ପାଇଁ ସେବା କରି ପାରୁଛନ୍ତିl ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ତିନି ପୁଅ,ବୋହୁ ଓ ନାତି,ନାତୁଣୀ ମାନେ ଉପସ୍ଥିତ ଥିଲେl ବଡ଼ପୁଅ ଭୁବନ ମୋହନ ଅବସର ପ୍ରାପ୍ତ ବ୍ୟାଙ୍କ ଅଫିସର, ମଝିଆଁ ପୁଅ ମଦନ ମୋହନ ଅବସର ପ୍ରାପ୍ତ ରେଳ ଅଫିସର ଓ ସାନ ପୁଅ ରାଧା ମୋହନ ଜୀବନ ବିମା ନିଗମ ଖୋର୍ଦ୍ଧାର ସର୍ବଶ୍ରେଷ୍ଟ ଏଜେଣ୍ଟ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ମୃତ୍ୟୁର ଖବର ପ୍ରଚାରିତ ହେବା କ୍ଷଣି ହଜାର ହଜାର ଲୋକ ତାଙ୍କ ବାସ ଭଭନରେ ଭିଡ଼ ଜମାଇଥିଲେl ଖବର ପାଇଁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ରେଳବାଇ ଶ୍ରମିକ କଂଗ୍ରେସ ନେତା ପ୍ରମୋଦ ସାହାଣୀ,ଶାଖା ସମ୍ପାଦକ ଏଲ ଡି ମହାନ୍ତି, ନଗରପାଳ ଅନନ୍ତ ବେହେରା, ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର, ଆଡ଼ଭୋକେଟ ଅକ୍ଷୟ ଦାଶ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026