Home ଓଡ଼ିଶା ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାତ୍ରୃଭାଷା ଓଡ଼ିଆ ରେ ଦକ୍ଷତା ହାସଲ କରିବା ପାଇଁ ଓସେପା ତରଫରୁ ଗ୍ରହଣ କରାଯାଇଥିବା ଭାଷା ଭିତ୍ତିକ କାର୍ଯ୍ୟକ୍ରମ ଗପ ଶୁଣିବା ଓ ଗପ କହିବା ବାଣପୁର ବ୍ଲକ ଦୀନବନ୍ଧୁ ପୁର କ୍ଲଷ୍ଟର ଅନ୍ତର୍ଗତ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଗ୍ରନ୍ଥାଗାରିକ ରାମଚନ୍ଦ୍ର ମାର୍ଥା ଓ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଯୋଗଦେଇ ପିଲା ମାନଙ୍କ ପାଇଁ ଗପ ର ଉପାଦେୟତା ଏବଂ ଭାଷା ଶିକ୍ଷଣ ର ଦୁଇଟି ପ୍ରାରମ୍ଭିକ ଉପାଦାନ ଶ୍ରବଣ ଓ କଥନ ଏହା ଦ୍ବାରା ସଂଘଟିତ ହେଉଛି ତାହା ବର୍ଣନା କରି ଓଡିଆ ଭାଷାର ମୈ।ଖିକ କାହାଣୀ କିଭଳି ଆଈମା ଠାରୁ ଆରମ୍ଭ କରି ସାଂପ୍ରତିକ ଆଧୁନିକ ଗଳ୍ପରେ ପହଞ୍ଚିଛି ତାହା ଵିସ୍ତ୍ରୃତ ଭାବେ ଉପସ୍ଥାପିତ କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ସୂଚନା ଦେବା ପରେ ସହକାରୀ ଶିକ୍ଷକ ଆଲୋକ କୁମାର ବରାଳ କାର୍ଯ୍ୟକ୍ରମ ର ସନ୍ ଯୋଜନା କରିଥିଲେ । ଏହାପରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦୁର୍ଗା ଚରଣ ମହାପାତ୍ର, ଶିକ୍ଷୟିତ୍ରୀ ଟିକନା କୁମାରୀ ଭାରି ମଲୁ, ସୁନିତା ମହାପାତ୍ର ଏବଂ ବିଶେଷ ନିମନ୍ତ୍ରିତ ଅତିଥି ପ୍ରାକ୍ତନ ଶିକ୍ଷକ ଦୁର୍ଯୋଧନ ମୁଦୁଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ କୁମାର ସେଠୀ ପ୍ରମୁଖ ଶିକ୍ଷଣୀୟ ଗଳ୍ପ କହିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ନିଜ ଭାଷାରେ ଗପ କହି ସହପାଠୀ ମାନଙ୍କୁ ଆମୋଦିତ କରିଥିଲେ । ପରିଶେଷରେ ଶିକ୍ଷକ ସରୋଜ କୁମାର ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ by Proprietor Abhimanyu Maharana June 28, 2026 ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ by Proprietor Abhimanyu Maharana June 28, 2026 ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି by Proprietor Abhimanyu Maharana June 28, 2026 ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ by Proprietor Abhimanyu Maharana June 28, 2026 ଚଳିତମାସ ୨୯ ତାରିଖରେ ଭୁବନେଶ୍ଵରରେ ଆନ୍ଦୋଳନ ପାଇଁ ଚେତାବନୀ-ଓଷ୍ଟା by Proprietor Abhimanyu Maharana June 28, 2026 ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍ପି by Proprietor Abhimanyu Maharana June 28, 2026