୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ଓ଼ ରବି ରାୟ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ଲୋକସଭା ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ତାଙ୍କର ଜନ୍ମସ୍ଥାନ ବାଲିପାଟଣା ବ୍ଲକ ଅନ୍ତର୍ଗତ ଭଅଁରା ନିଜିଗଡ଼ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂସଦ ସଭାପତି ଅଭିମନ୍ୟୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ କ୍ଷୀରୋଦ କୁମାର ରାୟ ମହାପାତ୍ର ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଲେ ଯେ ସାମ୍ୟବାଦୀ ଆନ୍ଦୋଳନରେ ରବି ରାୟ ଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। ସେ ଏହି ମାଟିରେ ଜନ୍ମ ନେଇ ଆମକୁ ଧନ୍ୟ କରିଛନ୍ତି ।
ପରିବେଷବିତ ପ୍ରଫୁଲ ସାମନ୍ତରା ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ରବି ରାୟଙ୍କ ଆଦର୍ଶ ରାଜନୈତିକ ଜୀବନ ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଶିକ୍ଷାବିତ ଅଧ୍ୟାପକ ଭାରତ ଭୂଷଣ ମହାନ୍ତି, ତାଙ୍କ ପାଇଁ ବାଲିପାଟଣା ଜାତୀୟ ସ୍ତରରେ ପରିଚିତ ଓ ସେ ଓଡ଼ିଆର ଅସ୍ମିତା ବୋଲି କହିଥିଲେ।ଅନ୍ୟତମ ଅତିଥିଭାବେ ରମେଶ ଚନ୍ଦ୍ର ସାହୁ, ଦେବୀ ପ୍ରସାଦ ରାୟ, ପିତାମ୍ବର ମହାପାତ୍ର , ଦିଲ୍ଲୀପ କୁମାର ଓଝା, ଦୁର୍ଯ୍ୟୋଧନ ପାତ୍ର, ଦିଲ୍ଲୀପ ବଳିୟାର ସିଂ, ମାଗୁଣି ଚରଣ ସେଠୀ, ପ୍ରଶାନ୍ତ କୁମାର ପାତ୍ର,

