ପାରଳାଖେମୁଣ୍ଡି ର ପୂର୍ବତନ ବିଧାୟକ ନାରାୟଣ ରାଓଙ୍କ ମାଆଙ୍କ ପରଲୋକ

୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି  :-  ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କେ. ନାରାୟଣ ରାଓଙ୍କ ମାଆ ରାବଣାମ୍ମାଙ୍କ ବିୟୋଗ ଘଟିଛି. ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ହୋଇଥିଲା l ବୃଦ୍ଧକାଳଜନିତ କାରଣରୁ ମୃତ୍ୟୁ ତାଙ୍କ ନିଜସ୍ୱ ଘର ଭିସ୍ତଳା ଗ୍ରାମରେ ଘଟିଛି. ସେ ଜଣେ ଧର୍ମ ପରାୟଣା ଓ ପରପୋକାରୀ ମହିଳା ଥିଲେ. ତାଙ୍କ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବହୁ ରାଜନେତା ପୂର୍ବତନ ବିଧାୟକନାରାୟଣ ରାଓଙ୍କ ଭିସ୍ତଳା ଗ୍ରାମକୁ ଯାଇ ସମବେଦନା ଜ୍ଞାପନ କରିଛନ୍ତି.ସେହିପରି ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ଧୌଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ ରଶ୍ମି ରଞ୍ଜନ ମିଶ୍ର, ଭଗବତ ପାଢ଼ୀ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସ୍ବର୍ଗତ ଆତ୍ମର ସଦଗତି କାମନା କରିଛନ୍ତି l

Exit mobile version