Home ଓଡ଼ିଶା ପାରଳାଖେମୁଣ୍ଡି ସମବାୟ ଅର୍ବାନ୍ ବ୍ୟାଙ୍କର ୯୧ ଲକ୍ଷ ହଡ଼ପ ଘଟଣା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ କ୍ରାଇମ୍ବ୍ରାଞ୍ଚ ତଦନ୍ତ ସୁପାରିସ ଅଟକିଲା କାହା ସ୍ୱାର୍ଥରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସମବାୟ ଅର୍ବାନ୍ ବ୍ୟାଙ୍କର ୯୧ ଲକ୍ଷ ଟଙ୍କା ହଡ଼ପ ଘଟଣା ପର୍ଦ୍ଦାଫାସ୍ ହେବାର ଦେଢବର୍ଷ ବିତିଗଲାଣି|ଏହି ଅବସରରେ ବିଧାନସଭାରେ ପ୍ରସଙ୍ଗ ଉଠିଥିଲା। ଏହି ବିଷୟରେ ଉତ୍ତର ରଖିଥିଲେ ମନ୍ତ୍ରୀ ଏବଂ ପ୍ରତିଶ୍ରୁତି ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବ୍ରହ୍ମପୁର ସମବାୟ ଉପନିବନ୍ଧକ ବିଭାଗୀୟ ସଚିବଙ୍କ ଚିଠି ଲେଖି କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ସୁପାରିସ କରିଥିଲେ। ହେଲେ ଏହି ଘଟଣା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ପ୍ରକାଶ ଥାଉକି ପାରଳାଖେମୁଣ୍ଡି ସମବାୟ ଅର୍ବାନ୍ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ସିକ୍ୟୁରିଟି ଟଙ୍କା ଜମା ପାଇଁ ନିର୍ଦ୍ଦେଶ ଥିଲା । ଏହାର ନିର୍ଦ୍ଦିଷ୍ଟ ମାନଦଣ୍ଡ ଉଲଂଘନ କରି ପାରଳାଖେମୁଣ୍ଡି ଅର୍ବାନ ବ୍ୟାଙ୍କ ସମ୍ପାଦକ କୋଲକାତାର ସାଇକୃପା ଇନଫ୍ରା ଆଣ୍ଡ୍ ସିକ୍ୟୁରିଟିକ୍ କମ୍ପାନିର ଉପସଭାପତି ଦେବେଞ୍ଜ ରାୟଙ୍କୁ ସିକ୍ୟୁରିଟି ବଣ୍ଡ୍ ପାଇଁ ଆକ୍ସିସ ବ୍ୟାଙ୍କ କରିଆରେ ୯୧ ଲକ୍ଷ ଟଙ୍କା ଦେଇଥିଲେ | ହେଲେ ଉକ୍ତ ସଂସ୍ଥା ବ୍ୟାଙ୍କକୁ ବଣ୍ଡ ଦେବା ବଦଳରେ ଠକିଥିବା ଜାଣିବାକୁ ମିଳିଥିଲା | ଅର୍ବାନ୍ ବ୍ୟାଙ୍କ ସମ୍ପାଦକ ଏନେଇ ଉପରିସ୍ଥ ଅଧିକାରୀ କିମ୍ବା ବ୍ୟାଙ୍କର ନିର୍ବାଚିତ ସଭାପତି ଏବଂ ସଭ୍ୟମାନଙ୍କୁ ଜଣାଇ ନଥିଲେ । ଯେତେବେଳେ ଘଟଣା ସମ୍ପର୍କରେ ବ୍ୟାଙ୍କ ସଭ୍ୟ ଅଭିମନ୍ୟୁ ପଣ୍ଡା ଜାଣିବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ପଚାରିଲେ , ହେଲେ ଏହି ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା । ୨୦୨୩ ସେପ୍ଟେମ୍ବର ମାସରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରଶ୍ନ ନଂ ୮୩୩ ତାରିଖ ୨୭/୦୯/୨୦୨୩ରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାର ଉତ୍ତର ରଖି ତତ୍କାଳୀନ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ | ଏହାସହ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖାକୁ ବ୍ରହ୍ମପୁର ସ୍ଥିତ ସମବାୟ ଉପନିବନ୍ଧକ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ନମ୍ବର ୧୬୯୫ ତା: ୬/୫/୨୦୨୩ ରେ ତଦନ୍ତ ସୁପାରିସ କରିଥିଲେ l ହେଲେ ଏହାର ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋ ଇନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି| ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତି ନେଇ ଅଭିଯୋଗ ଉଠିଥିବା ବ୍ୟାଙ୍କ୍ର ସମ୍ପାଦକ ଅବସର ନେଲା ପରେ ତାଙ୍କୁ ବ୍ୟାଙ୍କ୍ରେ କିଭଳି ପୁନଃନିଯୁକ୍ତି ଦିଆଯାଇଛି ବୋଲି ସଭ୍ୟ ଅଭିମନ୍ୟୁ ପଣ୍ଡା ସନ୍ଦେହ ପ୍ରକଟ କରିଛନ୍ତି |ସାଧାରଣ ରେ ଶୁଣିବାକୁ ମିଳିଛି ଯେ ପାରଳାଖେମୁଣ୍ଡି ଆର୍ବନ ବ୍ୟାଙ୍କରେ ୨୦୧୮-୧୯ଠାରୁ ଆଜି ସୁଧା ସାଧାରଣ ବୈଠକ ହୋଇପାରିନାହିଁ,ଇତି ମଧ୍ୟରେ ୨୦୨୨ରେ ନୂତନ ପ୍ରତିନିଧି ନିର୍ବାଚିତ ହୋଇ ତିନି ବର୍ଷ ବିତି ଗଲାଣି, ହେଲେ ସୁଧା ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସାଧାରଣ ବୈଠକ ହୋଇପାରିନାହିଁ କାରଣ ଜଣାପଡୁନାହିଁ , ଗୋଟିଏ ପାଖରେ ସାଧାରଣ ବୈଠକ ହୋଇପାରିନାହିଁ ଅନ୍ୟ ପାଖରେ ଦେଖିବାକୁ ଗଲେ ୨୦୨୨-୨୩ବର୍ଷରେ ୯୨ଲକ୍ଷ ଟଙ୍କା ଏକ ବେନାମୀ ସଂସ୍ଥା ଦେଇ ବ୍ୟାଙ୍କ କ୍ଷତି ସହିବାକୁ ପଡିଥିବାବେଳେ ୨୦୨୨-୨୩ ବର୍ଷ ର ଅଡିଟରେ ଏକ କୋଟି ୧୮ ଲକ୍ଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଏହି ଅଡିଟ ରିପୋର୍ଟ ରେ ପୂରାତନ ସଭାପତି ମଧ୍ୟ ଟଙ୍କା ଆଦାୟ କରିବା ପାଇଁ କହିଛନ୍ତି। ସେ ପରି ୨୦୨୩-୨୪, ବାର୍ଷିକ ଅଡିଟ ରେ ବ୍ୟାଙ୍କ ଲାଭର ପରିମାଣ ପାଖାପାଖି ୬୦ଲକ୍ଷ ଦେଖାଇଛନ୍ତି ବହୁତ ବଡ ଆଶ୍ଚର୍ଯ୍ୟ ର ବିଷୟ ବ୍ୟାଙ୍କ ଆଜି ପର୍ଯ୍ୟନ୍ତ କେବେ ହେଲେ ଏପରି ଲାଭ ହୋଇ ନାହିଁ ଯାହା କି ଏହା ସର୍ବସାଧାରଣ ଏହି,ଲାଭ ବିଷୟରେ ବିଶ୍ବସ୍ତ କରି ପାରୁନାହାନ୍ତି ସାଧାରଣ ଗ୍ରାହକ, ଏହି ବ୍ୟାଙ୍କ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି ସଭ୍ୟ ସଭ୍ୟା ମାନଙ୍କ ଠାରୁ ସୂଚନା ମିଳୁଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026