Home ଅପରାଧ ବାଲି ମାଫିଆ ପୋଲିସ,ରାଜସ୍ବ ଏଵଂ ମାଇନିଙ୍ଗ ବିଭାଗ ମଧ୍ୟରେ ମଧୁ ଚନ୍ଦ୍ରିକା ଗଜପତି ଜିଲ୍ଲା ରାୟଗଡ଼ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବ୍ଲକ ବିଭିନ୍ନ ଗ୍ରାମ ନିକଟ ମହେନ୍ଦ୍ର ତନେୟା ନଦୀରୁ ଚୋରରେ ବାଲି ଚୋରା ଚାଲାଣ ଅଭିଯୋଗ ତଦନ୍ତ ପାଇଁ ଦାବୀ ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରେ ଦିନରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏହା ପୁଣି ଚୋରା ରେ ଏଠାରେ ବାଲି ମାଫିଆ ମାନଙ୍କ ହାଇକୋର୍ଟ ର ନିର୍ଦ୍ଦେଶ କୁ ନା ଖଣି ବିଭାଗକୁ କୁ ଡର । ଏଠି କହାକୁ ଖାତିର ନ କରି ଦିନରେ ବିନା ରୟାଲ୍ଟି ରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି l ରାୟଗଡ଼ ବ୍ଲକର ବହୁ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ମହେନ୍ଦ୍ର ତନୟା ନଦୀ ଯାହାକି ରାୟଗଡ,ବୁରୁଜାଙ୍ଗ ରଘୁନାଥପୁର କରଡ଼ାସିଂ ଓ ସରଡ଼ା । ଏହି ଗାଁ ଗୁଡ଼ିକର ନଦୀ ତଟରୁ ପ୍ରତିଦିନ ଦିନ ସାରା ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଅଛି । ଏହି ଖବର ଖଣୀ ବିଭାଗ ଅଧିକାରୀଙ୍କ ନଜରରେ ରହିଛି କିନ୍ତୁ ବିଭାଗ ନୀରବ l ବୁରୁଜାଙ୍ଗ ନଦୀ ପାଠାରୁ ବାଲି ଉଠାଇବା ପାଇଁ ଜଣେ ବ୍ୟକ୍ତି ଲିଜ ଅନୁମତି ପାଇଛନ୍ତି ତାହା ରୋୟାଲ୍ଟି ଦେଇ ଦିନ ସମୟରେ ବାଲି ଚାଲାଣ ନ କରି ରାତି ସମୟରେ ବାଲି ନେବା ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ ଥିଲାବେଳେଏଠାରେ ଖୁଲାମ୍ ଖୁଲା ନିୟମକୁ ନ ମାନି ବାଲି ମାଫିଆ ମାନେ ରାୟଗଡ, କରଦାସୀଙ୍ଗି , ଓ ସରଡା ରୁ ଦିନ ବେଳା ବାଲି ବାହାର କରି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି। କିଛିଦିନ ପୂର୍ବେ ଖଣି ବିଭାଗ ଅଧିକାରୀ ଉକ୍ତ ଅଞ୍ଚଲରେ ପେଟ୍ରଲିଂ କରି କେତୋଟି ଚୋରା ରେ ବାଲି ଚାଲାଣ ହେଉଥିବା ଟ୍ରାକ୍ଟର କୁ ଧରି ଥାନା କୁ ନେଇ ଜରିମାନା ଆଦାୟ କରି ଥିଲେ l ଏହି ଘଟଣା ପରେ ଖଣି ବିଭାଗ ଓ ପୋଲିସ ସହ ବାଲି ମାଫିଆ ମାନଙ୍କ କଣ ସମ୍ପର୍କ ଗଢ଼ି ଉଠିଲା ଯେ ଦିନରେ ବାଲି ଚାଲାଣ କରିବା କୁ ମଫିଆ ମାନେ ଆଉ ଭୟ କରୁ ନାହାନ୍ତି । ବର୍ତମାନ ଖୁଲମ ଖୁଲା ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ବୁରୁଜାଙ୍ଗ ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଛି ହେଲେ ରଘୁନାଥପୁର ,ସରଡା , କରଡ଼ାସିଂ, ରାୟଗଡ଼ ନଦୀ ଟେଣ୍ଡର ହୋଇ ନ ଥିବା ବେଳେ ବାଲି ଉଠୁଛି କେମିତି ବୋଲି ପ୍ରଶ୍ନ ଉଠୁଛି l ମାଫିଆ ମାନଙ୍କ ସହ ଖଣି ବିଭାଗ ଓ ପୋଲିସ ମଧ୍ୟରେ ଭିତରି କଣ ବୁଝା ବଣା ରହିଛି ଯେ ଦିନରେ ଚୋରା ଚାଲାଣ ବାଲି ଗାଡ଼ି ଖୁଲମ ଖୋଲା ବିନା ରୟାଲଟି ରେ ଦିନର ନେବା ପାଇଁ ସାହସ କରୁଛନ୍ତି। ବାଲି ଚାଲାଣ କୁ ନେଇ ଏକ ନିର୍ଦ୍ଧେଶ ରହିଛି ଯାହା ଦିନ ସମୟରେ ବାଲି ଚାଲାଣ ନ କରି ରାତି ସମୟରେ ବାଲି ନେବା ପାଇଁ ଅନୁମତି ଥିଲାବେଳେ ଏଠାରେ ନିୟମକୁ ମାନୁ ନାହାଁନ୍ତି l କିଛିଦିନ ପୂର୍ବେ ଖଣି ବିଭାଗ ଅଧିକାରୀ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳୁଥିଲା l ବର୍ତମାନ ଖୁଲମ ଖୁଲା ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ବୁରୁଜାଙ୍ଗ ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଛି ହେଲେ ରଘୁନାଥପୁର ,ସରଡା , କରଡ଼ାସିଂ, ରାୟଗଡ଼ ନଦୀ ଘାଟରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇନଥିବା ବେଳେ ବାଲି ଉଠୁଛି କେମିତି ବୋଲି ପ୍ରଶ୍ନ ଉଠୁଛି l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026