Home ଓଡ଼ିଶା ଆନ୍ତଜିଲ୍ଲା ଯୁବବିନିମୟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଯୁବକମାନଙ୍କର ମା’ଚର୍ଚ୍ଚିକା ମନ୍ଦିର ଦର୍ଶନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବସଂଗଠନ କଟକ ଆନୁକୁଲ୍ୟରେ ଆନ୍ତଜିଲ୍ଲା ଯୁବବିନିମୟ କାର୍ଯ୍ୟକ୍ରମ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ୩୦ଜଣ ଯୁବକ ଓ ଯୁବତୀ ଆତି ବାଙ୍କୀର ଇଷ୍ଟ ଦେବୀ ମା’ଚର୍ଚ୍ଚିକା ମନ୍ଦିର ପରିଦର୍ଶନ କରିଛନ୍ତି । ଉକ୍ତ କଳାହାଣ୍ଡି ଜିଲ୍ଲାର ଯୁବବନ୍ଧୁ ମାନଙ୍କୁ ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଆଦର୍ଶ ଯୁବପରିଷଦ ତରଫରୁ ସେମାନଙ୍କର ଫୁଲତୋଡା ଓ କୀର୍ତ୍ତନ ମାଧ୍ୟମରେ ଚକାପଦା ଗ୍ରାମ ପରିକ୍ରମା କରିବା ସହିତ କଟକ ଜିଲ୍ଲାର ସଂସ୍କୃତି ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ମା’ଚର୍ଚ୍ଚିକା ମନ୍ଦିରର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ମନୋଜ କୁମାର ରାଉତ, କବି ଲଲାଟେଣ୍ଡୁ ପଣ୍ଡା, କୁମାର ଅମୀୟ, ନେହୁରୁ ଯୁବକେନ୍ଦ୍ରର ସଂଗଠକ ଗଙ୍ଗାଧର ବେହେରା, ନେହୁରୁ ଯୁବସଂଗଠନର ହିସାବ ରକ୍ଷକ ଶୁଭେନ୍ଦୁ କୁମାର ସାହୁ ,ବନମାଳୀ ରାଉତ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ । ମା’ଚର୍ଚ୍ଚିକା ମନ୍ଦିର ଦର୍ଶନ ପରେ ଯୁବବନ୍ଧୁ ମାନେ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ହ୍ରଦ ଅଂଶୁପା, ଚନ୍ଦକା -ଡମପଡ଼ା ଅଭୟାରଣ୍ୟ ଓ କୁଶୁପଙ୍ଗିସ୍ଥ ଅନାହତ ଗୁମ୍ଫା ଆଦି ଭ୍ରମଣ କରି ବିମୋହିତ ହୋଇଥିଲେ । କାର୍ଯ୍ୟକ୍ରମରେ କଳାହାଣ୍ଡିର ମମତା ପ୍ରଧାନ, ବୀଷ୍ମ କୁମାରୀ ବାଗ୍ ପ୍ରମୁଖ ୩୦ଜଣ ଯୁବକଯୁବତୀ ଯୁବବିନିମୟ କାର୍ଯ୍ୟକ୍ରମରେ ଯୋଗଦାନ କରି କଳାହାଣ୍ଡି ଜିଲ୍ଲାର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ by Proprietor Abhimanyu Maharana May 7, 2026 ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 7, 2026 ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ by Proprietor Abhimanyu Maharana May 7, 2026 ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି by Proprietor Abhimanyu Maharana May 7, 2026 ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ by Proprietor Abhimanyu Maharana May 6, 2026 ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026