Home ଓଡ଼ିଶା ଲକ୍ଷ୍ମୀନାରାୟଣ ଛାତ୍ରନିବାସ ଆନୁକୁଲ୍ୟରେ ବାର୍ଷିକ କ୍ରୀଡା ଉତ୍ସବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଲକ୍ଷ୍ମୀନାରାୟଣ ଛାତ୍ରାବାସ ଓ ହରିଜନ ଆଦିବାସୀ ଛାତ୍ରାବାସର ମିଳିତ ଆନୁକୁଲ୍ୟରେ କଲେଜ ଖେଳପଡିଆ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ କଲେଜର ପୂର୍ବତନ କ୍ରୀଡା କ୍ଲବ ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ଘାଟନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରାବାସର ତତ୍ତ୍ୱାବଧାରକ ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ, ସହତତ୍ତ୍ୱାବଧାରକ ଅଧ୍ୟାପକ ଚିନ୍ମୟ ଚିତ୍ତରଞ୍ଜନ ଓ ଅନ୍ୟତମ ସହତତ୍ତ୍ୱାବଧାରକ ରଞ୍ଜିତ କୁମାର ରାଉତଙ୍କ ତତ୍ତ୍ୱାବଧାରେ ଆୟୋଜିତ ବାର୍ଷିକ କ୍ରୀଡାରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡାକୁ କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ, ଜିତେନ୍ଦ୍ର ଦେଓ, ଦିଲ୍ଲୀପ କୁମାର ସାହୁ, ଜଗନ୍ନାଥ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସହ ତତ୍ତ୍ୱାବଧାରକ ରଞ୍ଜିତ କୁମାର ରାଉତ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି by Proprietor Abhimanyu Maharana May 7, 2026 ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ by Proprietor Abhimanyu Maharana May 6, 2026 ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026 ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ by Proprietor Abhimanyu Maharana May 6, 2026 ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର by Proprietor Abhimanyu Maharana May 6, 2026 ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ by Proprietor Abhimanyu Maharana May 6, 2026