Home ଓଡ଼ିଶା ଅଲ ଇଣ୍ଡିଆ ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ୍ ତୃତୀୟ ଦିନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଅଲ ଇଣ୍ଡିଆ ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିଅନସିପର ଆଜି ତୃତୀୟ ଦିନର ମ୍ୟାଚରେ ମେଟ୍ରୋ,ପଶ୍ଚିମ ମଧ୍ୟ ଓ ଉତ୍ତର ମଧ୍ୟ ରେଲୱେ ରେଲୱେ ବିଜୟି। ୬୮ ତମ “ଅଲ ଇଣ୍ଡିଆ ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ (ଏଲିଟ୍ ପୁଲ୍-ଏ) ୨୦୨୪-୨୫ର ଆଜି ତୃତୀୟ ଦିନରେ ତିନୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଆଜିର ପ୍ରଥମ ଲିଗ୍ ମ୍ୟାଚ୍ ପୂର୍ବ ତଟ ରେଲୱେ ଏବଂ ମେଟ୍ରୋ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମେଟ୍ରୋ ରେଲୱେ ଏହି ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ମେଟ୍ରୋ ରେଲୱେର, ଅଭିଜିତି ସିଂ,୫୮ ରନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଶ୍ରୀ ମନିସ୍ କୁମାର ମୀନା ଅତିରିକ୍ତ କ୍ରୀଡା ଅଧିକାରୀ ତଥା ଖୋର୍ଦ୍ଧାରୋଡ଼ ମଣ୍ଡଳ ମେକାନିକାଲ ଇଞ୍ଜିନିୟର, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ପୂର୍ବତଟ ରେଲୱେ-୧୯ ଓଭର ୧ ବଲ ୧୦ ୱିକେଟ୍ ବିନିମୟରେ ୧୦୪ ରନ୍ ସଂଗ୍ରହ କରିଥିବା ବେଳେ,ମେଟ୍ରୋ ରେଲୱେ ୧୮ ଓଭର ୪ ବଲ ୩ ୱିକେଟ୍ ବିନିମୟରେ ୧୦୭ ରନ୍ କରି ବିଜୟୀ ହୋଇଛି। ଆଜିର ଦ୍ଵିତୀୟ ଲିଗ୍ ମ୍ୟାଚ୍, ପଶ୍ଚିମ ମଧ୍ୟ ରେଲୱେ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚକୁ ପଶ୍ଚିମ ମଧ୍ୟ ରେଲୱେ ୨୦ ରନରେ ଜିତିଥିଲା।ପଶ୍ଚିମ ମଧ୍ୟ ରେଲୱେର ସୁଶିଲ ଏସ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ,ଖୋର୍ଦ୍ଧା ରୋଡ଼,ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳଙ୍କ ଉପସ୍ଥିତିରେ, ଖୋର୍ଦ୍ଧାରୋଡ୍ ମଣ୍ଡଳର ମୁଖ୍ୟ ଚିକିତ୍ସା ଅଧୀକ୍ଷକ,ଡଃ ଶରଥ ବାବୁ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫିକୁ ପ୍ରଦାନ କରିଥିଲେ। ଏଥିରେ ପଶ୍ଚିମ ମଧ୍ୟ ରେଲୱେ-୨୦ ଓଭର ୨ ୱିକେଟ୍ ବିନିମୟରେ ୧୩୧ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ-୨୦ ଓଭର ୧୦ ୱିକେଟରେ ୧୧୧ ରନ୍ କରିଥିଲା। ସେହିପରି ଆଜିର ତୃତୀୟ ଲିଗ୍ ମ୍ୟାଚ୍ ଉତ୍ତର ମଧ୍ୟ ରେଲୱେ ଏବଂ ପୂର୍ବ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପୁର୍ବ ରେଲୱେ ୧୯ ଓଭର ୪ ବଲରେ ୧୦୫ ରନ୍ କରିଥିବାବେଳେ ଉତ୍ତର ମଧ୍ୟ ରେଲୱେ ୨୦ ଓଭର ୭ ୱିକେଟ୍ ବିନିମୟରେ ୧୧୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଉତ୍ତର ମଧ୍ୟ ରେଲୱେର ଅକ୍ଷତ ପାଣ୍ଡେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଶ୍ରୀ ପଙ୍କଜ କୁମାର ନାଗ୍ବାନି ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିତ୍ତ ପ୍ରବନ୍ଧକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ଆସନ୍ତା କାଲି ଶୁକ୍ରବାର ମ୍ୟାଚ୍, ପଶ୍ଚିମ ମଧ୍ୟ ରେଳ ଏଵଂ ପୂର୍ବତଟ ରେଳ ଓ ମେଟ୍ରୋ ଏଵଂ ପୂର୍ବ ରେଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯିବ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026