୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- କ୍ରେସେଣ୍ଟା ଫର୍ଟିଲିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଚନ୍ଦ୍ରଶେଖରପୁର, ଲୁମ୍ବିନୀବିହାର ଠାରେ ଏକ ଆଇଭିଏଫ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଲିନିକ ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାରେ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରିବ। ଯାହା ପିତାମାତା ହେବାକୁ ଚାହୁଁଥିବା ଦମ୍ପତିଙ୍କ ସ୍ୱପ୍ନ ପୂରଣ କରିବାରେ ବିଶ୍ୱସ୍ତରୀୟ ଫର୍ଟିଲିଟି ସେବା ପ୍ରଦାନ କରିବ।
