ବାଙ୍କୀର ନୂତନ ଉପଜିଲ୍ଲାପାଳଙ୍କୁ ପ୍ରେସକ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା  :- ବାଙ୍କୀର ନୂତନ ଉପଜିଲ୍ଲାପାଳ ଭାବେ ପ୍ରଣବ କୁମାର ବେହେରା କାର୍ଯ୍ୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନୂତନ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ ।

ବାଙ୍କୀ ଉପଖଣ୍ଡର ଉନ୍ନତି ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିବା ପାଇଁ କହିଥିଲେ । ପ୍ରେସକ୍ଲବ ସଂପାଦକ ସୁବାସ ଚନ୍ଦ୍ର ପାଢୀ, ସହସଂପାଦକ ବିଭୂପ୍ରସାଦ ସାମଲ, କୋଷାଧ୍ୟକ୍ଷ ଜ୍ଞାନେ୍‌ନ୍ଦ୍ର ମୋହନ ମିଶ୍ର, ସାମ୍ବାଦିକ କ୍ଷେତ୍ରବାସୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version