ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମାର୍ଲବା ଘାଟିରେ ଏକ ମାଲବାହୀ ଟ୍ରକ । ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର । ଘାଟିର ଏକ ବିପଦଜନକ ମୋଡରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀ ହିଁବନ ନଷ୍ଟ ହୋଇଆସୁଛି । ଉକ୍ତ ମୋଡ଼କୁ ସିଧାସଳଖ କରି ନିର୍ମାଣ କରିବାକୁ ବହୁବାର ଦାବି ହୋଇ ଆସିଛି। ସଂମ୍ପୃକ୍ତ ଯନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଅଭାବରୁ ରାସ୍ତା ନିର୍ମାଣ ସମୟରେ ଏହି ବିପଦପୂର୍ଣ୍ଣ ମୋଡକୁ ସରଳ କରାଯାଇ ପାରିଥିଲା। ଫଳରେ ଏହି ସ୍ଥାନରେ ବହୁ ଦୁର୍ଘଟଣା ଘଟି ଆସୁଛି ।
ଯାହାକୁ ଦେଖି ଜିଲ୍ଲା ସଡକ ସୁରକ୍ଷା କମିଟି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଗତ କିଛି ଦିନ ପୂର୍ବେ ଏହି ସ୍ଥାନ ସାମାନ୍ୟ ସଜାଡ଼ିବା କାମ ଆରମ୍ଭ ହୋଇଛି । କିନ୍ତୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ରାସ୍ତା ସିଧାସଳଖ କରିବାକୁ ପ୍ରୟାସ କରାଯାଉନାହିଁ । ଫଳରେ ଆଜି ପୁଣି ଏକ କୃଷି ଉପାଦାନ ବୋଝେଇ ଟ୍ରକ ଏହି ମୋଡରେ ପାହାଡକୁ ଧକ୍କା ଦେଇଛି । ଭୁବନେଶ୍ୱର ଠାରୁ କାଶୀନଗର ଯାଉଥିବା OR02AV2722 ରେଜିଷ୍ଟ୍ରେସନ ଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବରପାଇ ରାୟଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । (ରିପୋର୍ଟ-ଗରୁଡ ଧ୍ଵଜ ଚୌଧୁରୀ)
