Home ଓଡ଼ିଶା ବିଜୁ ଜନତା ଦଳ ତରଫରୁ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି ବୃନ୍ଦ ଓ ସକ୍ରିୟ ସଦସ୍ୟା, ସଦସ୍ୟ ତଥା ଦଳର ପ୍ରମୁଖ ଛାମୁଆ ସଂଗଠନ ଯଥା ବିଜୁ ଯୁବ ଜନତା, ଛାତ୍ର ଜନତା ଓ ମହିଳା ଜନତା ଦଳର ଏବଂ ସାମୁଖ୍ୟର ଆଗୁଆ ସାଥୀମାନେ ଆଲୋଚନା ଚକ୍ର ମାଧ୍ଯମରେ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି/ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ , ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ , ପୌର ଉପାଧ୍ୟକ୍ଷା କବିତା ମହନ୍ତ , ସଦର ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ , ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଘନଶ୍ୟାମ ମାଡକାମୀ , ଜିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପଲ ସିଂ ,ବିଜେଡି ନେତା ତଥା ବରିଷ୍ଠ ଆଇନଜୀବୀ ଲମ୍ବଧର ତୁରୁକ , ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ବରିଷ୍ଠ ନେତା ପ୍ରଫୁଲ ପଣ୍ଡା ,ସର୍ବ ବିଶୋଇ ଏବଂ କେ ରାହୁଲ ଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସ୍ବାଧୀନୋତ୍ତର ଓଡ଼ିଶା ନିର୍ମାଣର ସ୍ଥପତି ବିଜୁ ପଟ୍ଟନାୟକଙ୍କର ଅବଦାନ ରହିଥିବା ଓ ପ୍ରତ୍ୟେକଙ୍କ ପାଇଁ ଏକ ସ୍ମରଣୀୟ ଦିବସ ରହିଥିବା କହିଥିଲେ । ବିଜୁ ଜନତା ଦଳ ଏହି ଦିବସକୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଳନ କରାଯାଉଛି। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026