ବିଜୁବାବୁଙ୍କ ସମାଧି ପାଇଁ ଜାଗା ନାହିଁ ଅସ୍ଥି କଳସ ଇଣ୍ଡୋନେସିଆ ପଠାଯିବ – ଜଗନ୍ନାଥ ସେନା

୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ବିଜୁବାବୁଙ୍କ ନାମରେ ଗୋଟିଏ ଦଳ ରହିଛି । ୨୪ ବର୍ଷ ଶାସନରେ ରହିଥିଲେ । ବିଜୁବାବୁଙ୍କ ଅସ୍ଥି କଳସ ସଂରକ୍ଷଣ ପାଇଁ ଜାଗା ଖଣ୍ଡିଏ ନାହିଁ । ସ୍ବର୍ଗଦ୍ବାରରେ ଥିବା ବିଜୁ ସମାଧି ପୀଠ ଭଙ୍ଗା ଯିବା ପରେ ଜଗନ୍ନାଥ ସେନା ଅସ୍ଥି ଅବଶେଷ କଳସରେ ପୁରାଇ ପୁରୀ ଅର୍ବାନ ହାଟ ପରିସରରେ ଥିବା ଏକ କୋଠରୀରେ ସଂରକ୍ଷଣ ରଖିଛନ୍ତି । ଏ ସମ୍ପର୍କରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ) କୁହନ୍ତି ବିଜୁବାବୁଙ୍କ ପ୍ରତି ପ୍ରକୃତ ଆନ୍ତରିକତା ନାହିଁ ।

କଳସ ସୁରକ୍ଷିତ ଜାଗା ଖଣ୍ଡିଏ ନାହିଁ । ଏଣୁ ସେନା ପକ୍ଷରୁ କୁହାଯାଇଛି ଯେ ଇଣ୍ଡୋନେସିଆର ବରପୁତ୍ର ବିଜୁବାବୁଙ୍କ ଏହି ଅସ୍ଥି କଳସ ଇଣ୍ଡୋନେସିଆକୁ ସମର୍ପଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଜୁବାବୁଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କରାଯାଇଛି । ସେନା ପକ୍ଷରୁ ଆଜି ବିଜୁ ଜୟନ୍ତୀରେ ଅର୍ବାନ ହାଟରେ ଥିବା କୋଠରୀରେ ଶ୍ରଦ୍ଧାଞ୍ଜଳି ସହ ଦୀପ ଦାନ କରାଯାଇଥିଲା । ସେନାର କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Exit mobile version