Home ଓଡ଼ିଶା ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ ଖୋର୍ଦ୍ଧାରୋଡ଼ : ୬୮ ତମ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ୟ ଦିନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ପୁରୁଷ ଟି୨୦ର ଆଜି ୨ୟ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ମେଟ୍ରୋ ରେଲୱେ ଏବଂ ପଶ୍ଚିମ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମେଟ୍ରୋ ରେଲୱେ ଏହି ମ୍ୟାଚକୁ ୫ ୱିକେଟ୍ ରେ ଜିତିଥିଲା। ମେଟ୍ରୋ ରେଲୱେର, ଅଭିଜିତ ସିଂ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ପଶ୍ଚିମ ମଧ୍ୟ ରେଲୱେ ୨୦ ଓଭର ୯ ୱିକେଟ୍ ବିନିମୟରେ ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ମେଟ୍ରୋ ରେଲୱେ ପାଞ୍ଚ ୱିକେଟ୍ ୧୯ ଓଭର ୨ ବଲରେ ୧୧୮ ରନ୍ ସଂଗ୍ରହ କରି ବିଜୟୀ ହୋଇଛି । ସେହିପରି ଦ୍ଵିତୀୟ ଲିଗ୍ ମ୍ୟାଚ୍ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏବଂ ଉତ୍ତର ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚକୁ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ୪ ୱିକେଟରେ ଜିତିଥିଲା।ଦକ୍ଷିଣ ପୂର୍ବ ମଧ୍ୟ ରେଲୱେର ଶିଭମ୍ ଚୌଧୁରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଶ୍ରୀ ସତ୍ୟ କୁମାର ଉପାଧ୍ୟାୟ, ଖୋର୍ଦ୍ଧାରୋଡ଼ ମଣ୍ଡଳ ବିତ୍ତ ପ୍ରବନ୍ଧକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ଦ୍ୱିତୀୟାର୍ଦ୍ଧ ଖେଳରେ ଉତ୍ତର ମଧ୍ୟ ରେଲୱେ- ୨୦ ଓଭର ୯ ୱିକେଟରେ ୧୧୧ରନ୍ କରିଥିଲା। ଜବାବରେ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ୧୮ ଓଭର ୫ ବଲ ୬ ୱିକେଟରେ ୧୧୨ ରନ୍ କରି ବିଜୟୀ ହୋଇଥିଲା। କ୍ରୀଡା ଅଧିକାରୀ ଏମ୍ ଡି ଜାକିରୁଦିନ ମ୍ୟାଚ୍ ପରିଚାଳନା କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026