୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ପୁଲ୍-ଏର ଛଅଟି ରେଳ ଜୋନ୍ ମଧ୍ୟରେ ୧୫ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ୬୮ ତମ “ଅଲ ଇଣ୍ଡିଆ ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ (ଏଲିଟ୍ ପୁଲ୍-ଏ) ୨୦୨୪-୨୫ ରେଲୱେ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା,ଏହି ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିଛନ୍ତି। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି.କେ. ବେହେରା,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ ଏବଂ ଅନ୍ୟ ଶାଖା ଅଧିକାରୀ ମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
