କୁଆଡେ ଗଲେ ବିଜୁପ୍ରେମୀ : ଫୁଲଟିଏ ପକାଇବାକୁ ଆସିଲେନି

୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଆଜି ଦେଖା ଦେଇଛି ଅଭାବନୀୟ ସ୍ଥିତି. ବିଧାୟକ କି ପୂର୍ବତନ ବିଧାୟକ କାହାରି ମନେପଡ଼ିଲେନି ବିଜୁ ବାବୁଙ୍କ କଥା. ଚାହିଁ ଚାହିଁ ଅପରାହ୍ନ ୪.୩୫ ହୋଇଗଲା କେହି ଟିକିଏ ଆସି ଫୁଲମାଳଟିଏ ଦେଲେ ନାହିଁ ! ମନଦୁଃଖରେ ଚାହିଁ ରହିଛନ୍ତି ବିଜୁଶିଳାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ବିଜୁପ୍ରେମୀ ଗଲେ କୁଆଡେ …??

ସାରା ରାଜ୍ୟରେ ଆଜି ପ୍ରବାଦପୁରୁଷ ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ପାଳନ କରାଯାଉଥିବା ବେଳେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଓଏମପି ଛକ ୬ଷ୍ଠ ବାଟାଲିୟନ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ନେଇ ଉକ୍ତ ନିର୍ବାଚନ ମଣ୍ଡଳୀରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି l

Exit mobile version